ନାଇଜେରିଆ ଚର୍ଚ୍ଚରେ ଗୁଳିକାଣ୍ଡ, ୫୦ ମୃତ

ଅବୁଜା: ଦକ୍ଷିଣ-ପଶ୍ଚିମ ନାଇଜେରିଆର ଏକ କ୍ୟାଥୋଲିକ ଚର୍ଚ୍ଚରେ ପଶି କିଛି ଅଜଣା ଆତତାୟୀ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ଛୋଟ ପିଲାଙ୍କ ସହ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି। ଚର୍ଚ୍ଚ ଉପରେ କିଏ ​​ଏବଂ କାହିଁକି ଏପରି ଆକ୍ରମଣ କରିଛି ତାହା ଜଣାପଡ଼ି ନାହିଁ।

ଏହି ଘଟଣା ଓଣ୍ଡୋ ରାଜ୍ୟର ସେଣ୍ଟ ଫ୍ରାନ୍ସିସ୍ କ୍ୟାଥୋଲିକ୍ ଚର୍ଚ୍ଚରେ ଘଟିଛି | ରବିବାର ଦିନ ଏଠାରେ ବହୁ ସଂଖ୍ୟାରେ ଲୋକ ପ୍ରାର୍ଥନା ପାଇଁ ଏକତ୍ର ହୋଇଥିଲେ। ଏହି ସମୟରେ ବନ୍ଧୁକଧାରୀ ଆତତାୟୀମାନେ ଭିତରେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ। ସ୍ଥାନୀୟ ବିଧାୟକ ଓଗୁନମୋଲାସୁଇ ଓଲୁୱୋଲ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଅନେକ ଛୋଟ ପିଲା ମଧ୍ୟ ଅଛନ୍ତି।

ଚର୍ଚ୍ଚ ଉପରେ ଆକ୍ରମଣ ପଛରେ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇନାହିଁ। ନାଇଜେରିଆ ଗତ କିଛି ବର୍ଷ ଧରି ଏଭଳି ଘଟଣା ବଢ଼ିବାରେ ଲାଗିଛି । ଓଣ୍ଡୋ ନାଇଜେରିଆର ଅନ୍ୟତମ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବରେ ଜଣାଶୁଣା | ତେବେ ଏହି ରାଜ୍ୟ ଗତ କିଛି ମାସ ଧରି ଚାଷୀ ଓ ପଶୁ ଚରାଳିଙ୍କ ମଧ୍ୟରେ ହିଂସାରେ ଛନ୍ଦି ହୋଇପଡ଼ିଥିବା କୁହାଯାଇଛି।

Comments are closed.