ମେ’ ୨୫ରେ ଓଡ଼ିଶାରେ କେଉଁଠି ପଡ଼ିବ ଭୋଟ୍

ଭୁବନେଶ୍ୱର – ଓଡ଼ିଶାରେ ମେ’ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ଲୋକସଭାର ୬ ଓ ବିଧାନସଭାର ୪୨ଟି ଆସନରେ ମତଦାନ ହେବ । ଏପ୍ରିଲ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ମେ’ ୬ ତାରିଖ । ୭ ତାରିଖରେ ପ୍ରାର୍ଥିପତ୍ରଗୁଡିକର ଯାଞ୍ଚ କରାଯିବ। ମେ’ ୯ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ।

ମେ’ ୨୫ରେ ସମ୍ବଲପୁର ( ସାଧାରଣ ),କେନ୍ଦୁଝର ( ଏସଟି), ଢେଙ୍କାନାଳ ( ସାଧାରଣ), କଟକ ( ସାଧାରଣ), ପୁରୀ ( ସାଧାରଣ) ଓ ଭୁବନେଶ୍ୱର ( ସାଧାରଣ) ଲୋକସଭା ଆସନରେ ଭୋଟ୍ ନିଆଯିବ ।

ସେହିଦିନ ଭୋଟ୍ ପଡ଼ିବାକୁ ଥିବା ୪୨ଟି ବିଧାନସଭା ଆସନ ହେଉଛି – କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ
ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଖଣ୍ଡପଡ଼ା,ବେଗୁନିଆ, ଖୋର୍ଦ୍ଧା, ଜଟଣୀ, ଭୁବନେଶ୍ବର(ମଧ୍ୟ), ଭୁବନେଶ୍ବର(ଉତ୍ତର), ଭୁବନେଶ୍ବର(ଏକାମ୍ର), ଜୟଦେବ, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଓ ନୟାଗଡ଼ ।

Comments are closed.