ପଶ୍ଚିମ ଓଡ଼ିଶାର ଅନନ୍ୟ ବୈଷ୍ଣବ ପୀଠ ପାତାଳୀ ଶ୍ରୀକ୍ଷେତ୍ରରେ ଅଣ୍ଡାମାଡକୁ ସବୁ ମହଲରେ ନିନ୍ଦା

ସୋନପୁର: ଓଡ଼ିଶାର ଜଗନ୍ନାଥ ସଂସ୍କୃତିର ଅନ୍ୟତମ ପ୍ରମୁଖ ପୀଠ ହେଉଛି ସୋନପୁର ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର। କୋଟି ଓଡିଆଙ୍କ ଆରାଧ୍ଯ ପ୍ରଭୁ ଜଗନ୍ନାଥ ଏଠାରେ ଥିବା ତ୍ରିକୁଟ ପାହାଡରେ ୧୪୪ ବର୍ଷ ଧରି ଗୁପ୍ତ ଲୀଳା କରିଥିବାର କେବଳ ପୌରାଣିକ ନୁହେଁ ବରଂ ଐତିହାସିକ ପ୍ରମାଣ ରହିଛି। ବର୍ତ୍ତମାନ ଏହା ବୈଷ୍ଣବ ଧର୍ମର ଏକ ପ୍ରମୁଖ ଆସ୍ଥାର ପୀଠ ସାଜିଥିବା ଏଭଳି ପ୍ରମୁଖ ସ୍ଥାନରେ ଅଣ୍ଡାମାଡ ଭଳି ବିଧର୍ମୀ କାମକୁ ସବୁ ମହଲରେ ନିନ୍ଦା କରାଯାଇଛି। ଏହି ପ୍ରସିଦ୍ଧ ପୀଠର ବିକାଶ ପାଇଁ ସେଠାକୁ ଯାଇଥିବା ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ କାର ଉପରକୁ ଅଣ୍ଡାମାଡ ଭଳି ପ୍ରୟାସକୁ ସେବାୟତରୁ ଆରମ୍ଭ କରି ପ୍ରତିଟି ମହଲରେ ତୀବ୍ର ନିନ୍ଦା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ବିକାଶମୂଳକ କାମର ତଦାରଖ ତଥା ଲୋକଙ୍କ ସମସ୍ୟା ବୁଝିବାକୁ ଆଜି ଶ୍ରୀ ପାଣ୍ଡିଆନ ସୋନପୁର ଜିଲ୍ଲା ଗସ୍ତରେ ଅଛନ୍ତି। ତେବେ ଆଜି ସେ ତାଙ୍କ ଗସ୍ତର ପ୍ରାରମ୍ଭରୁ ପାତାଳୀ ଶ୍ରୀକ୍ଷେତ୍ର ଅଭିମୁଖେ ଯାଉଥିଲେ। ତ୍ରିକୁଟ ପର୍ବତରେ ଥିବା ଏହି ପବିତ୍ର ପୀଠରେ ତାଙ୍କୁ ସ୍ବାଗତ କରିବାକୁ ସମସ୍ତ ସେବାୟତ ଏକସ୍ବରରେ ଗୀତଗୋବିନ୍ଦ ଗାନ କରୁଥିଲେ। ଆଉ ଏହା ଏକ ଅପୂର୍ବ ଧାର୍ମିକ ପରିବେଶ ସୃଷ୍ଟି କରିଥିଲା। ହେଲେ ଏଭଳି ଏକ ପବିତ୍ର ମୁହୁର୍ତ୍ତରେ ସାମିଲ ହୋଇ ଏହାର ବିକାଶ ନକ୍ସା ଆଙ୍କିବାକୁ ଯାଉଥିବା ୫ଟି ସଚିବଙ୍କୁ ବିରୋଧ କରିବାକୁ ଯାଇ ବିରୋଧୀ ଧର୍ମ ବିରୋଧୀ କାମ କରିବାକୁ ପଛାଇନାହାନ୍ତି। ଶ୍ରୀ ପାଣ୍ଡିଆନ୍‌ଙ୍କ ଗାଡି ଉପରକୁ ଅଣ୍ଡାମାଡ ଭଳି ହୀନ ଓ ଧର୍ମ ବିରୋଧୀ ଉଦ୍ୟମ କରିଛନ୍ତି କିଛି ବିରୋଧୀ। ଏହାକୁ ନେଇ ସମଗ୍ର ଅଞ୍ଚଳବାସୀଙ୍କ ସମେତ ସେବାୟତ ଏବଂ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ପ୍ରଭୁ ଜଗନ୍ନାଥଙ୍କ ପୀଠର ବିକାଶକୁ ବିରୋଧ ସହ ଏଭଳି ଧାର୍ମିକ ପୀଠରେ ଆମିଷ ଫୋଫାଡିବା ଭଳି ଜଘନ୍ଯ କୁକର୍ମ କରିଥିବା ବ୍ୟକ୍ତିବିଶେଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସୂଚନାଯୋଗ୍ଯ ଯେ, କଳାପାହାଡ଼ର ଆକ୍ରମଣ ପାଇଁ ତିନି ବିଗ୍ରହ ଦୀର୍ଘ ୧୪୪ ବର୍ଷ ଧରି ଏଠାରେ ଗୁପ୍ତ ଲୀଳା କରିଥିବାର ଐତିହାସିକ ପ୍ରମାଣ ବି ରହିଛି। ଏପରିକି ପୁରୀ ଶ୍ରୀମନ୍ଦିରର ପ୍ରତିନିଧି ଦଳ ମଧ୍ଯ ଦଶନ୍ଧି ତଳେ ଏହି ସ୍ଥାନ କୁ ପରିଦର୍ଶନ କରି ଏଠାରେ ବିଭୁ ବାସ୍ନା ଭରି ରହିଥିବା ପ୍ରକାଶ କରିଥିଲେ। ହେଲେ ଏଭଳି ଏକ ଆସ୍ଥାର ପୀଠର ବିକାଶକୁ ବିରୋଧ କରି ଆମିଷ ମାଡ ପରି ଗର୍ହିତ ଅପରାଧ କରିଥିବା ବ୍ୟକ୍ତିଙ୍କୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ମତପ୍ରକାଶ ପାଇଛି।

Comments are closed.