ସାକାର ହେବ ବିଜୁବାବୁଙ୍କ ସ୍ୱପ୍ନ : କରଞ୍ଜିଆ ଦେଓ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ରାଇରଙ୍ଗପୁର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଲୋକାର୍ପିତ ଦେଓ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ଦେଓ ପ୍ରକଳ୍ପକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଜିଲ୍ଲାର ଅର୍ଥନୀତିକୁ ସୁଦୃଢ କରିବାରକୁ ବିଜୁ ପଟ୍ଟନାୟକ କରଞ୍ଜିଆ ବ୍ଳକର ହାତୀବାରି ଗାଁରେ ଦେଓ ପ୍ରକଳ୍ପ ପାଇଁ ଯୋଜନା ଆରମ୍ଭ କରିଥିଲେ ।ପ୍ରକଳ୍ପଏହି ପ୍ରକଳ୍ପ ଦ୍ବାରା ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ଦେଓ ନଦୀ ଉପରେ ଦୁଇ ପାହାଡ଼କୁ ବନ୍ଧ ବାନ୍ଧିବା ପାଇଁ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା ।

ତତ୍କାଳୀନ ଓଡିଶା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୩ ଏପ୍ରିଲ ୨୮ରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦେଓ ପ୍ରକଳ୍ପ ପାଇଁ ବର୍ତ୍ତମାନ ସୁଦ୍ଧା ୮୨୩ କୋଟି ଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି ।
ଏହି ନଦୀବନ୍ଧର ବାମପାର୍ଶ୍ଵ ମୁଖ୍ୟ କେନାଲର ଦୈର୍ଘ୍ୟ ୨୫.୨୦ କିମି ଏବଂ ଦକ୍ଷିଣପାର୍ଶ୍ଵ ମୁଖ୍ୟ କେନାଲର ଦର୍ଘ୍ୟ ୩୨.୬୯ କିମି ଦ୍ଵାରା ୯୯୦୦ ହେକ୍ଟର ଜମି ଜଳସେଚିତ ହେବ । ଏହାସହିତ ୧୦୦ଟି ଗାଁର ମୋଟ ଲୋକ ଉପକୃତ ହେବେ ।
ମୋଟ ୫ଟି ଆଂଶିକ ବୁଡି ଓ ୪ଟି ସମ୍ପୂର୍ଣ ବୁଡି ଗାଁର ୯୪୮ ବିସ୍ଥାପିତ ପରିବାରକୁ ୮ ଟି ବିସ୍ଥାପିତ କଲୋନୀ ଓ ଅନ୍ୟତ୍ର ଥଇଥାନ କରାଯାଇଛି ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରଞ୍ଜିଆର ହାତିବାରି ଆସି ଦେଓ ପ୍ରକଳ୍ପକୁ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାପାଳ, ଏସପି. ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଅଞ୍ଚଳ ପରିଦର୍ଶନ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

Comments are closed.