ପଙ୍କଜ ଉଧାସଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଲୋକପ୍ରିୟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସୁମଧୁର କଣ୍ଠ ଓ ଭାବପୂର୍ଣ୍ଣ ଗାୟନ କୋଟି କୋଟି ଶ୍ରୋତାଙ୍କ ହୃଦୟକୁ ଛୁଇଁ ପାରିଥିଲା । କିମ୍ବଦନ୍ତୀ ଗାୟକଙ୍କ ସାଂଗୀତିକ ଯାତ୍ରାକୁ ପ୍ରଶଂସକମାନେ ସର୍ବଦା ମନେ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.