ଆଜି ନୂଆଁଖାଇରେ ଚାଷୀଙ୍କୁ ମିଳିବ ରବି ଫସଲ ପାଇଁ କାଳିଆ ସହାୟତା

ଭୁବନେଶ୍ୱର – ପବିତ୍ର ନୂଆଁଖାଇ ଉପଲକ୍ଷେ ଆଜି ଚାଷୀମାନଙ୍କୁ ଦିଆଯିବ କାଳିଆ ସହାୟତା ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୦୨୩-୨୪ ରବି ଫସଲ ପାଇଁ ଚାଷୀମାନଙ୍କୁ କାଳିଆ ସହାୟତା ରାଶି ହସ୍ତାନ୍ତର କରାଯିବ । ୯୦୦ କୋଟି ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯିବ। ରାଜ୍ୟ ସରକାରଙ୍କ କାଳିଆ ସହାୟତା ଦ୍ୱାରା ୪୪ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହେଉଛନ୍ତି ।

Comments are closed.