ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର- ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶାସକ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ହେଉଛି । ବୈଠକରେ ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ
ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, ସମୀର ଦାସ ପ୍ରମୁଖ ଉପସ୍ଥିତ ଅଛନ୍ତି। ନବୀନ ନିବାସରେ ପହଞ୍ଚୁଛନ୍ତି ଜଣକ ପରେ ଜଣେ ନେତା । ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ କରାଯିବା ନେଇ ବୈଠକରେ ଆଲୋଚନା ହୋଇପାରେ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଏ ବାବଦରେ ଘୋଷଣା କରିପାରନ୍ତି।

Comments are closed.