ଅନୁସୂଚିତ ଜନଜାତିଙ୍କ ଜମି କିଣାବିକା ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର – ଅନୁସୂଚିତ ଜନଜାତିଙ୍କ ଜମି କିଣାବିକାକୁ ନେଇ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିଛି।ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ ଲାଗିଥିବା ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ କ୍ୟାବିନେଟ ବୈଠକରେ ଅନୁସୂଚିତ ଜନଜାତିଙ୍କ ଜମି କିଣାବିକା ଉପରେଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଜଣେ ଅଣ ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସଂପତ୍ତି ହସ୍ତାନ୍ତର କରିପାରିବେ।

କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚ ଶିକ୍ଷା, ଆତ୍ମ ନିଯୁକ୍ତି, ବ୍ୟବସାୟ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁସୂଚିତ ଜନଜାତି ସମ୍ପତ୍ତି ହସ୍ତାନ୍ତର କରିପାରିବେ। ଏଥିପାଇଁ ଉପଜିଲ୍ଲାପାଳଙ୍କ ଲିଖିତ ଅନୁମତି ଦରକାର ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।

Comments are closed.