ସ୍ବାମୀକୁ ଜାଳି ଦେଲା ସ୍ତ୍ରୀ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ କୁଲାଡ଼ ଗାଁରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଛି। ଅବସରପ୍ରାପ୍ତ ବନ କର୍ମଚାରୀ ପ୍ରଫୁଲ୍ଲ କୁମାର ସାବତଙ୍କୁ ତାଙ୍କ ଦ୍ବିତୀୟ ସ୍ତ୍ରୀ ପ୍ରମିତା କୁମାରୀ ଜାଳି ଦେଇଛନ୍ତି। ପ୍ରଫୁଲ୍ଲଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଛନ୍ତି ପ୍ରମିତା। ପାରିବାରିକ କଳହ ଏଭଳି ଉଗ୍ରରୂପ ନେଇଛି ଯେ ପତ୍ନୀ ସ୍ବାମୀଙ୍କୁ ଜୀବନରେ ମାରିଦେବାକୁ ଚେଷ୍ଟା କରିଛି।

ପ୍ରଥମେ ଗତକାଲି ରାତିରେ ଓ ପୁଣି ଆଜି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହେବା ପରେ ପ୍ରମିତା ଏଭଳି କାଣ୍ଡ ଘଟାଇ ଥିବା ଜଣାପଡିଛି। ନିଆଁରେ ଜଳୁଥିବା ପ୍ରଫୁଲ୍ଲଙ୍କ ଚିତ୍କାର ଶୁଣି ପାଖପଡ଼ିଶା ଲୋକେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.