ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ପୁରୀ – ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ଓ୍ବାଇ ଚନ୍ଦ୍ରଚୂଡ଼ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ, ପୁରୀ ଜିଲ୍ଲାପାଳ ପୁରୀ ଏସପି ପ୍ରଧାନ ବିଚାରପତିଙ୍କୁ ସ୍ବାଗତ କରିଥିଲେ । ଶ୍ରୀମନ୍ଦିରରେ ସିଜେଆଇ ପ୍ରାୟ ୪୦ ମିନିଟ ଅତିବାହିତ କରିଥିବା ବେଳେ ମହାପ୍ରଭୁ, ମା’ ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । ଶ୍ରୀଜୀଉଙ୍କ ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଥିଲେ ପ୍ରଧାନ ବିଚାରପତି । ଦର୍ଶନ ସମୟରେ ପ୍ରଧାନ ବିଚାରପତିଙ୍କ ସହ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଆଡଭୋକେଟ ଜେନେରାଲ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.