ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାରେ କାରାଦଣ୍ଡ 

ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଅନୀତା ସାହୁ ଏକ ୧୭ ବର୍ଷିଆ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ୧୦ ଜଣ ସାକ୍ଷୀ ,ଡାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି କୋଟଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁରର ମୁଦାଲା ଧର୍ମେନ୍ଦ୍ର ପାତ୍ର (୨୭ବର୍ଷ)କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ତିନିମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି।  ସରକାରଙ୍କ ତରଫରୁ ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା‌ କରୁଥିଲେ।

ସୂଚନା ଅନୁସାରେ ପୀଡ଼ିତା ଭଉଣୀମାନଙ୍କ ସହ ରାତିରେ ଶୋଇଥିବା ବେଳେ ପ୍ରାୟ ରାତି ଦୁଇଟା ରେ ଅଭିଯୁକ୍ତ ଘରେ ପଶି ପୀଡ଼ିତା କୁ ଦୁଷ୍କର୍ମ ଉଦ୍ୟମ କଲାବେଳେ ପୀଡ଼ିତା ପାଟି କରିବାରୁ ଘରୁ ବାହାରି ଧାଇଁ ପଳେଇବା ବେଳେ ପୀଡିତା ପିତା ଏବଂ ଅନ୍ୟ ମାନଙ୍କ ହାତରେ ଧରାପଡ଼ିଥିଲା ଏବଂ ଏ ସ°କ୍ରାନ୍ତ ରେ କୋଟଗଡ଼ ଥାନା ରେ ଲିଖିତ ଅଭିଯୋଗ କରା ଯାଇଥିଲା। ଥାନାଧିକାରୀ ମାମଲାକୁ ଥାନା କେଶ୍ ନ°-୩୮/୦୯.୦୭.୨୦୧୫ ରେ ରେଜିଷ୍ଟ୍ରି କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ।

Comments are closed.