ଖେଲୋ ଇଣ୍ଡିଆ ପାରା ଗେମ୍ସ : ୧୦୦ ମିଟର ଦୌଡ଼ରେ ଜୟନ୍ତୀ ବେହେରାଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ – ନୂଆଦିଲ୍ଲୀରେ ଚାଲିଥିବା ଖେଲୋ ଇଣ୍ଡିଆ ପାରା ଗେମ୍ସରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି ସ୍ପ୍ରିଣ୍ଟର ଜୟନ୍ତୀ ବେହେରା। ପାରା ଗେମ୍ସର ଆଥଲେଟିକ୍ସର ମହିଳା ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଜୟନ୍ତୀ। ଟି୪୭ ବର୍ଗର ମହିଳା ୧୦୦ ମିଟର ଦୌଡରେ ଜୟନ୍ତୀ ୧୩.୪୦ ସେକେଣ୍ଡ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ । ଏହି ସଫଳତା ପାଇଁ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଜୟନ୍ତୀଙ୍କୁ ଅଭିନନ୍ଦନ ଜଣାଇଛି ।

Comments are closed.