ଆଜି ଝାରସୁଗୁଡ଼ାରେ ନବୀନଙ୍କ ନିର୍ବାଚନୀ ସଭା

ଭୁବନେଶ୍ବର – ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଯାଇ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ । ଆଜି ସାଢେ ୪ଟାରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।

ଅପରାହ୍ନ ୪ଟା ୫୦ ମିନିଟରେ ସ୍ଥାନୀୟ ଅମଲିପାଲି ପଡ଼ିଆରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ ବିଜେଡି ସୁପ୍ରିମୋ। ମୁଖ୍ୟମନ୍ତ୍ରୀଙ୍କ ସଭାରେ ବହୁ ବିଜେଡି ନେତା ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା ୫ଟା ୫୦ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ଫେରିଯିବେ ।

ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ମୁଖ୍ୟତଃ ବିଜେଡି, ବିଜେପି ଓ କଂ‌ଗ୍ରେସ ମଧ୍ୟରେ ଏଠାରେ ତ୍ରିକୋଣୀୟ ମୁକାବିଲା ହେଉଛି । ଟକ୍କର ହେଉଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପକ୍ଷରେ ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେ ମଇଦାନରେ ଅଛନ୍ତି। ମନ୍ତ୍ରୀ ନବଦାସଙ୍କ ହତ୍ୟା ପରେ ଏଠାରେ ଉପନିର୍ବାଚନର ଆବଶ୍ୟକତା ଥିଲା ।

Comments are closed.