ବିଧାନସଭାରେ ୨୦୨୩-୨୪ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ, ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ବ୍ୟୟବରାଦ

ଭୁବନେଶ୍ୱର – ବିଧାନସଭା ମୌସୁମୀ ଅଧିବେଶନର ଆଜି ପ୍ରଥମ ଦିନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ଉପସ୍ଥାପନ କରିଛନ୍ତି । ବଜେଟରେ ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪ ହଜାର ୬୯୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପଞ୍ଚାୟତିରାଜ ବିଭାଗ ପାଇଁ ୪ ହଜାର ୮୩ କୋଟି ବ୍ୟୟବରାଦ କରାଯାଇଛି।

ବଜେଟରେ ଗଣଶିକ୍ଷା ବିଭାଗ ପାଇଁ ୨ ହଜାର ୮୮୨ କୋଟି, ଜଳସଂପଦ ବିଭାଗ ପାଇଁ ୨ ହଜାର ୪୦୭ କୋଟି, ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୧୦ କୋଟି, ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପାଇଁ ୧ ହଜାର ୩୦୨ କୋଟି, ପରିବହନ ଯୋଜନା ‘ଲକ୍ଷ୍ମୀ’ ପାଇଁ ୫୫୬ କୋଟି, ବ୍ଲକସ୍ତରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୪ କୋଟି, ପଞ୍ଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨ କୋଟି, ଗଣଶିକ୍ଷା ପାଇଁ ୨ ହଜାର ୮୮୨ କୋଟି, ପଞ୍ଚାୟତିରାଜ ସଂସ୍ଥା ଦ୍ୱାରା ସ୍କୁଲ ଘର ନିର୍ମାଣ ପାଇଁ ୧୫୩ କୋଟି, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦ କୋଟି ଏବଂ ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ପାଇଁ ୨୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଅତିରିକ୍ତ ବଜେଟ ଉପସ୍ଥାପନ ପରେ ଗୃହକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି।

Comments are closed.