୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅଜୟ ଦେବଗନ୍ ଓ ସୁରିୟା ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି । ଏଥିରେ ‘ତାହ୍ନାଜୀ ଦ ଅନସଙ୍ଗ ୱାରିଅର୍’ ପାଇଁ ଅଜୟ ଦେବଗନ୍ ଏବଂ ସାଉଥ୍ ସୁପରଷ୍ଟାର୍ ସୁରିୟା ‘ସୋରାରାଇ ପୋଟ୍ରୁ’ ପାଇଁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଏଥି ସହିତ ସୁରିୟାଙ୍କ ଅଭିନୀତ ‘ସୋରାରାଇ ପୋଟ୍ରୁ’ ଅଲ୍ ଟାଇମ୍ ଏଣ୍ଟରଟେନିଂ ଫିଲ୍ମ ପୁରସ୍କାର ପାଇଛି | ‘ତୁଲସିଦାସ ଜୁନିୟର’କୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିଛି ।

‘ସୋରାରାଇ ପୋଟ୍ରୁ’ ପାଇଁ ଅପର୍ଣ୍ଣା ବାଲାମୁରଲୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ‘ସୋରାରାଇ ପୋଟ୍ରୁ’ ହେଉଛି ଜଣେ ଏପରି ବ୍ୟକ୍ତିଙ୍କ କାହାଣୀ ଯିଏ ସାଧାରଣ ମଣିଷଙ୍କୁ ସୁଲଭ ଦରରେ ବିମାନ ଯାତ୍ରା ସମ୍ଭବ କରିବା ପାଇଁ ସ୍ୱପ୍ନ ଦେଖେ | ତାଙ୍କ ପରିବାର, ବନ୍ଧୁ ଏବଂ ଉତ୍ସାହ ପାଇଁ ତାଙ୍କର ଏହି ସ୍ଵପ୍ନ ସାକାର କରିବାରେ ସଫଳ ହୁଅନ୍ତି।

ସୁରିୟା ଅଭିନୀତ ଏହି ତାମିଲ ଫିଲ୍ମ ବ୍ଲକବଷ୍ଟର ହିଟ୍ ସାବ୍ୟସ୍ତ ହୋଇଥିଲା | କେବଳ ଏତିକି ନୁହେଁ, ଏହା ହଲିଉଡର ୭୮ ତମ ଗୋଲ୍ଡେନ ଗ୍ଲୋବ ପୁରସ୍କାରରେ ସର୍ବଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗରେ ମନୋନୀତ ହୋଇଥିଲା | ଫିଲ୍ମର କାହାଣୀ ‘ଏୟାର ଡେକାନ’ର ମାଲିକ କ୍ୟାପଟେନ ଗୋପୀନାଥଙ୍କ ଜୀବନୀ ଉପରେ ଆଧାରିତ |

୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର:

ଶ୍ରେଷ୍ଠ ଅଭିନେତା: ଅଜୟ ଦେବଗନ୍ (ତାହ୍ନାଜୀ) ଏବଂ ସୁରିୟା (ସୋରାରାଇ ପୋଟ୍ରୁ)

ଶ୍ରେଷ୍ଠ ହିନ୍ଦୀ ଫିଲ୍ମ: ତୁଲସିଦାସ ଜୁନିଅର (ଆଶୁତୋଷ ଗୋୱାରିକର)

ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ: ତାହ୍ନାଜୀ

ଶ୍ରେଷ୍ଠ ଫିଚର ଫିଲ୍ମ: ସୋରାରାଇ ପୋଟ୍ରୁ (ତାମିଲ)

ଶ୍ରେଷ୍ଠ ଅଭିନେତ୍ରୀ: ଅପର୍ଣ୍ଣା ବାଲାମୁରାଲୀ (ସୋରାରାଇ ପୋଟ୍ରୁ)

ଶ୍ରେଷ୍ଠ ନିର୍ଦ୍ଦେଶକ – କେ.ଆର ସଚ୍ଚିଦାନନ୍ଦ (ମାଲାୟାଲମ୍ ଫିଲ୍ମ ‘ଏକେ ଆୟାପ୍ପାନମ୍ କୋଶିୟମ’ ପାଇଁ)

ଶ୍ରେଷ୍ଠ ଗୀତିକାର: ମନୋଜ ମୁଣ୍ଟାଶିର (ସାଇନା)

ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା: ବିଶାଲ ଭରଦ୍ୱାଜ (୧୨୩୨ କିଲୋମିଟର ପାଇଁ)

ଶ୍ରେଷ୍ଠ ପାର୍ଶ୍ବ ଅଭିନେତା – ବିଜୁ ମେନନ୍ (ଆୟାପ୍ପାନମ୍ କୋଶିୟମ୍)

ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ – ଲକ୍ଷ୍ମୀ ପ୍ରିୟା ଚନ୍ଦ୍ରାମୌଲି (ଶିବାରଞ୍ଜିନିୟମ୍ ଇନମ୍ ସିଲା ପେଙ୍ଗାଲମ୍)

ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା (ଗୀତ) – ଥମନ୍ ଏସ୍ (ଆଲା ବୈକୁଣ୍ଠପୁରମୁଲୁ)

ଶ୍ରେଷ୍ଠ ପ୍ରଚ୍ଛଦପଟ ସଂଗୀତ ନିର୍ଦ୍ଦେଶନା – ଜି.ଭି ପ୍ରକାଶ (ସୋରାରାଇ ପୋଟ୍ରୁ)

Comments are closed.