୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା, ଅଲିଆ ଓ କୃତି ଶ୍ରେଷ୍ଠ ଅଭିନେତ୍ରୀ

ନୂଆଦିଲ୍ଲୀ: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଏଥର ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ‘ପୁଷ୍ପା: ଦି ରାଇଜ୍’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦୁଇ ଜଣଙ୍କୁ ଦିଆଯାଇଛି । ‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ଅଲିଆ ଭଟ୍ଟ ଓ ‘ମିମି’ ପାଇଁ କୃତି ସାନନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ‘ଆରଆରଆର’ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ବିବେଚିତ ହୋଇଥିବା ବେଳେ ‘ରକେଟ୍ରି: ଦା ନାମ୍ବି ଇଫେକ୍ଟ’ ଶ୍ରେଷ୍ଠ ଫିଚର ଫିଲ୍ମ ଓ ‘ସର୍ଦ୍ଦାର ଉଦ୍ଦାମ ସିଂ’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ପାଇଛି ।

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା:

ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ – ଆରଆରଆର

ଶ୍ରେଷ୍ଠ ଫିଚର ଫିଲ୍ମ- ରକେଟ୍ରି: ଦା ନାମ୍ବି ଇଫେକ୍ଟ

ଶ୍ରେଷ୍ଠ ଅଭିନେତା – ଅଲୁ ଅର୍ଜୁନ (ପୁଷ୍ପା: ଦି ରାଇଜ୍)

ଶ୍ରେଷ୍ଠ ଅଭିନେତ୍ରୀ – ଆଲିଆ ଭଟ୍ଟ (ଗଙ୍ଗୁବାଇ କାଠିଆୱାଡି), କୃତି ସାନନ୍ (ମିମି)

ଶ୍ରେଷ୍ଠ ପାର୍ଶ୍ବ ଅଭିନେତା – ପଙ୍କଜ ତ୍ରିପାଠୀ (ମିମି)

ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ – ପଲ୍ଲବୀ ଯୋଶୀ (କାଶ୍ମୀର ଫାଇଲ୍ସ)

ଶ୍ରେଷ୍ଠ ଶିଶୁ କଳାକାର – ଭବିନ ରାବାରୀ |

ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା – ଦେବୀଶ୍ରୀ ପ୍ରସାଦ (ପୁଷ୍ପା) / ଏମ୍ଏମ୍ କିରଓ୍ବାନି (ଆରଆରଆର)

ଶ୍ରେଷ୍ଠ ମେକ୍ ଅପ୍ – ଗଙ୍ଗୁବାଇ କାଠିଆୱାଡି

ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର୍ – ସର୍ଦ୍ଦାର ଉଦ୍ଦାମ ସିଂ

ଶ୍ରେଷ୍ଠ ସମ୍ପାଦନା – ଗଙ୍ଗୁବାଇ କାଠିଆୱାଡି

ଶ୍ରେଷ୍ଠ ସିନେମାଟୋଗ୍ରାଫି – ସର୍ଦ୍ଦାର ଉଦ୍ଦାମ ସିଂ

ଶ୍ରେଷ୍ଠ ନିର୍ଦ୍ଦେଶକ: ନିଖିଳ ମହାଜନ (ଗୋଦାବରୀ – ଦି ହୋଲି ଓ୍ବାଟର)

Comments are closed.