ଲୋକସଭା ନିର୍ବାଚନ ପୂର୍ବରୁ କମଲନାଥଙ୍କ ଗଡ଼ରେ କଂଗ୍ରେସକୁ ଝଟକା, ୭ କର୍ପୋରେଟର ବିଜେପିରେ ମିଶିଲେ

ଭୋପାଳ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା କମଲ ନାଥଙ୍କ ଗଡ଼ ଛିନ୍ଦଓ୍ବାଡାରେ ଦଳକୁ ଝଟକା ଲାଗିଛି । ଛିଣ୍ଡୱାଡା ମହାନଗର ନିଗମର ୭ ଜଣ କର୍ପୋରେଟର କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ବିଜେପି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, ଏହି ସବୁ କର୍ପୋରେଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ କାର୍ଯ୍ୟରେ ପ୍ରଭାବିତ ହୋଇଛନ୍ତି।

ଛିନ୍ଦଓ୍ବାଡା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଗଡ଼ ରୂପେ ବିବେଚିତ। ସେ ଏହି ବିଧାନସଭା ଆସନରୁ ବିଧାୟକ ଅଛନ୍ତି।

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ’ ଯାତ୍ରା ରାଜ୍ୟ ଦେଇ ଯାଉଥିବା ବେଳେ ଦଳର ୭ କର୍ପୋରେଟର ଦଳ ଛାଡ଼ିବା କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।

ମଧ୍ୟପ୍ରଦେଶରେ ୨୯ଟି ଲୋକସଭା ଆସନ ମଧ୍ୟରୁ ୨୦୧୯ରେ ବିଜେପି ୨୮ଟି ଆସନ ଜିତିଥିଲା । କଂଗ୍ରେସ କେବଳ ଛିନ୍ଦଓ୍ବାଡା ଆସନ ଜିତିବାରେ ସକ୍ଷମ ହୋଇଥିଲା। କମଲନାଥଙ୍କ ପୁଅ ନକୁଲ ନାଥ ଏଠାରୁ ସାଂସଦ ଅଛନ୍ତି।

ନିକଟରେ କମଲ ନାଥଙ୍କ ବିଜେପିରେ ମିଶିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା। ସେତେବେଳେ କମଲ ନାଥ ଏପରି ଗୁଜବକୁ ଖଣ୍ଡନ କରିନଥିଲେ । ବିଜେପିରେ ଯୋଗଦେବା ଖବର ସତ ନୁହେଁ ବୋଲି ସେ କହିଥିଲେ । ପରେ ଏଭଳି ଖବର ପାଇଁ ଗଣମାଧ୍ୟମକୁ ଦାୟୀ କରିଥିଲେ କମଲ ନାଥ ।

Comments are closed.