ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ, ୭ ମୃତ

ନୂଆଦିଲ୍ଲୀ:ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଞ୍ଚଳରେ ଅଧିକ ବସ୍ତି ଅଛି ।

ଉତ୍ତର ପୂର୍ବ ଦିଲ୍ଲୀ ଅତିରିକ୍ତ ଡିସିପି କହିଛନ୍ତି, “ଗୋକୁଲପୁରୀ ପୋଲିସ ଥାନା ଅଞ୍ଚଳରେ ରାତି ପ୍ରାୟ ଗୋଟାଏ ସମୟରେ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଭୋର୍ ପ୍ରାୟ ୪ଟା ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ସେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୩୦ଟି ଘର ପୋଡି ଯାଇଛି ଏବଂ ୭ ଜଣ ପ୍ରାଣ ହରାଇଛନ୍ତି।

ରାଜ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସକାଳେ ଗୋକୁଲପୁରୀ ଯାଇ ପୀଡିତଙ୍କୁ ଭେଟି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।

Comments are closed.