ବନ୍ୟା ପ୍ରାଥମିକ ରିପୋର୍ଟ: ୧୩ ଜିଲ୍ଲାର ୭୧ ବ୍ଳକ କ୍ଷତିଗ୍ରସ୍ତ

ଭୁବନେଶ୍ୱର – ବନ୍ୟା ସଂପର୍କିତ ପ୍ରାଥମିକ ରିପୋର୍ଟ ଆସିଛି । ରିପୋର୍ଟ ଅନୁସାରେ ବନ୍ୟାରେ ୧୩ ଜିଲ୍ଲାର ୭୧ ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ୨୦୬୬ ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ୪୭୦ଟି ଗାଁ ଜଳଘେରରେ ଥିବା ବେଳେ ୨ ଲକ୍ଷ ୫୫ ହଜାର ୩୨୫ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସେହିଭଳି ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୧୯୦ଟି ରିଲିଫ କେନ୍ଦ୍ରରେ ୧ ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ସେହିଭଳି ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହ ବହୁତ ଚାଷ ଜମି ଜଳମଗ୍ନ ରହିଛି ।

Comments are closed.