ଚତୁର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ହୋଇଛି ୭୩% ମତଦାନ। ୪-୫ଟି ସ୍ଥାନରେ ବିଭିନ୍ନ କାରଣରୁ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଥିବା ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି । ଜିଲ୍ଲାପାଳଙ୍କ ରିପୋର୍ଟ ମିଳିବା ପରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ। ଆଜି ସୁଦ୍ଧା ୪ଟି ପର୍ଯ୍ୟାୟରେ ମୋଟ ୨୬୬ଟି ବ୍ଲକରେ ମତଦାନ ସରିଛି । ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ ହେବ । ଆଜି ଚତୁର୍ଥ ପର୍ଯ୍ୟାୟରେ ୨୭ ଜିଲ୍ଲାରେ ୬୪ ବ୍ଳକରେ ଭୋଟ ନିଆଯାଇ ଥିଲା । ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହୋଇଛି ।

Comments are closed.