ଜାଲ୍ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାଶ କଲା ବଲାଙ୍ଗୀର ପୋଲିସ, ୧୯ ଗିରଫ

ବଲାଙ୍ଗୀର – ଜାଲ୍ ସାର୍ଟିଫିକେଟ ଓ ମାର୍କସିଟ ପ୍ରସ୍ତୁତ କରୁଥିବା ଏକ ରାକେଟର ପର୍ଦ୍ଦାଫାଶ କରି ୧୯ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ବଲାଙ୍ଗିର ସହରର କେନ୍ଦ୍ରସ୍ଥଳରେ ଥିବା ‘ରିଲାଏନ୍ସ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ’ ଉପରେ ଚଢ଼ାଉ କରି ଦେଶର ୪୧ଟି ସ୍କୁଲ ଓ ବିଶ୍ୱବିଦ୍ୟାଳୟ ନାଁରେ ପ୍ରସ୍ତୁତ ହୋଇଥିବା ଜାଲ ସାର୍ଟିଫିକେଟ ଓ ମାର୍କସିଟ ସମେତ ନକଲି ରବର ଷ୍ଟାମ୍ପ, ବହୁ ସଂଖ୍ୟକ କମ୍ପ୍ୟୁଟର, ହାର୍ଡଡିସ୍କ ଓ ମୋବାଇଲ୍‌ ଜବତ କରିଛି ପୋଲିସ। ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ପାସ୍‌ବୁକ୍ ଜବତ କରାଯାଇଛି ।

ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର କହିଛନ୍ତି, ଗଣମାଧ୍ୟମରେ ଖବର ପ୍ରସାରଣ ଓ ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଭିଯୋଗ ଭିତ୍ତିରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରୁଛି। ଦୁଇଦିନ ତଳେ ଏନେଇ ମାମଲା ରୁଜୁ ହୋଇଥିଲା ।ଅଭିଯୁକ୍ତମାନେ ଗୋଟିଏ ସାର୍ଟିଫିକେଟ ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ। ପ୍ରାୟ ୮ ବର୍ଷ ହେବ ଏହି ରାକେଟ ଚାଲୁଥିଲା।

Comments are closed.