ମହିଳା ଚାମ୍ପିଅନସ ଟ୍ରଫି ହକି : ଦକ୍ଷିଣ କୋରିଆକୁ ୫-୦ରେ ହରାଇଲା ଭାରତ

ରାଞ୍ଚି – ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକିରେ ଭାରତର ପ୍ରାଧାନ୍ୟ ଜାରି ରହିଛି। ରାଉଣ୍ଡ ରବିନ ଲିଗରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଆଜି ନିଜର ଶେଷ ରାଉଣ୍ଡ ରବିନ ମ୍ୟାଚରେ ଭାରତ , ଦକ୍ଷିଣ କୋରିଆକୁ ୫-୦ ଗୋଲରେ ହରାଇଛି । ଭାରତ ପକ୍ଷରୁ ସଲିମା ଟେଟେ ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ନବନୀତ କଉର, ବନ୍ଦନା କଟାରିୟା ଓ ନେହା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ସେମିଫାଇନାଲରେ ଭାରତ ଓ ଦକ୍ଷିଣ କୋରିଆ ମୁକାବିଲା ହେବ । ଅନ୍ୟ ସେମିଫାଇନାଲ ଚୀନ୍ ଓ ଜାପାନ ମଧ୍ୟରେ ଖେଳାଯିବ ।

ସବୁ ଲିଗ୍ ମ୍ୟାଚ ପରେ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ ଦ୍ୱିତୀୟ, ଜାପାନ ତୃତୀୟ ଓ ଦକ୍ଷିଣ କୋରିଆ ଚତୁର୍ଥ ସ୍ଥାନରେ ରହି ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

Comments are closed.