ବିଧାନସଭା ନିର୍ବାଚନ ଫଳାଫଳ: ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି, ଛତିଶଗଡ ଓ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାର ନିର୍ବାଚନ ଫଳାଫଳ ଆଜି ଆସିବ। ଏହି ଚାରି ରାଜ୍ୟରେ ଆରମ୍ଭ ହୋଇଛି ଭୋଟ ଗଣତି। ନିର୍ବାଚନ ଫଳାଫଳ ଟ୍ରେଣ୍ଡ ବି ଆସିବାରେ ଲାଗିଛି ।

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ରାଜସ୍ଥାନରେ ବିଜେପି ଅଗ୍ରଣୀ ହାସଲ କରିଛି। ୧୯୯ଟି ଆସନ ମଧ୍ୟରୁ ୧୦୦ରେ ଆଗରେ ରହିଛି ବିଜେପି। କଂଗ୍ରେସ ୭୦ ଆସନରେ ଅଗ୍ରଣୀ ରହିଛି।

ମଧ୍ୟପ୍ରଦେଶରେ ମଧ୍ୟ ବିଜେପି ଆଗୁଆ ରହିଛି। ଦଳ ୨୩୦ ଆସନ ମଧ୍ୟରୁ ୧୩୦ ଆସନରେ ବିଜେପି ଅଗ୍ରଣୀ ରହିଥିବାବେଳେ କଂଗ୍ରେସ ୯୧ଟି ଆସନରେ ଆଗରେ ରହିଛି।

ଛତିଶଗଡର ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ବଡ଼ ଅଗ୍ରଣୀ ଆଡ଼କୁ ମୁହାଉଛି। ୯୦ ଆସନ ମଧ୍ୟରୁ କଂଗ୍ରେସ ୫୪ଟି ଏବଂ ବିଜେପି ୩୩ଟି ଆସନ ଆଗୁଆ ରହିଛି।

ତେଲେଙ୍ଗାନାରେ ଶାସକ ବିଆରଏସକୁ ପଛରେ ପକାଇଛି କଂଗ୍ରେସ। ସଦ୍ୟତମ ଟ୍ରେଣ୍ଡ ଅନୁସାରେ ୧୧୯ ଆସନ ମଧ୍ୟରୁ କଂଗ୍ରେସକୁ ୬୨ ସିଟରେ ଅଗ୍ରଣୀ ରହିଥିବା ବେଳେ ବିଆରଏସ୍ ୩୬ଟି ସିଟରେ ଆଗେଇ ଚାଲିଛି ।

Comments are closed.