ଘର ବିକିବା ନାଁରେ ପ୍ରାଧ୍ୟାପିକାଙ୍କୁ ଠକେଇ ଅଭିଯୋଗରେ ବନ୍ଧା ହୋଲେ ଫିଲ୍ମ ପ୍ରଯୋଜକ

ଭୁବନେଶ୍ୱର – ଠକେଇ ଅଭିଯୋଗରେ ବନ୍ଧା ହେଲେ ଓଡ଼ିଆ ଫିଲ୍ମ ପ୍ରଯୋଜକ ଅଜିତାଭ ମଲ୍ଲିକ । ଭୁବନେଶ୍ୱର କୋଳଥିଆ ଅଞ୍ଚଳରେ ଡୁପ୍ଲେକ୍ସ ବିକିବା କହି ସେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଜଣେ ସହକାରୀ ପ୍ରାଧ୍ୟାପିକାଙ୍କଠରୁ ଅଜିତାଭ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ପ୍ରାଧ୍ୟାପିକାଙ୍କୁ କୋଟିଏ ଟଙ୍କାରେ ଘର ବିକ୍ରି କରିବାକୁ କହିଥିଲେ ଅଜିତାଭ।

ପ୍ରାଧ୍ୟାପିକା ଏଥିରେ ରାଜି ହେବାରୁ ପ୍ରଥମେ ୨୫ ଲକ୍ଷ ଟଙ୍କାର ନଗଦ ଓ ଏହାପରେ ବିଭିନ୍ନ ଆକାରରେ ମୋଟ ୮୫ ଲକ୍ଷ ଟଙ୍କା ତାଙ୍କଠାରୁ ନେଇଥିଲେ ଅଜିତାଭ । କିନ୍ତୁ ଟଙ୍କା ନେବା ପରେ ଅଜିତାଭ ଘର ନ ଦେଇ ଧରାଛୁଆଁ ଦେଇନଥିଲେ । ୨୦୨୦ ମସିହାରୁ ଟଙ୍କା ନେଇଥିବା ବେଳେ ଏପର୍ଯ୍ୟନ୍ତ ଦେଖା ଦେଉନଥିଲେ।

ଏ ନେଇ ସଂପୃକ୍ତ ସହକାରୀ ପ୍ରାଧ୍ୟାପିକା ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ଆଜି ଅଜିତାଭ ମଲ୍ଲିକଙ୍କୁ ଗିରଫ କରିଛି ପୋଲିସ । ଅଜିତାଭ ଜଣେ ସହ କଳାକାର ଭାବେ ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଜଣାଯାଇଛି । ଓଡ଼ିଆ ଫିଲ୍ମ ‘ଅରୁନ୍ଧତୀ’ର ସେ ସହ ପ୍ରଯୋଜକ।

Comments are closed.