କନ୍ଧମାଳ ଜିଲ୍ଲା ନୂଆ ଯୋଜନା ବୋର୍ଡ ଅଧ୍ୟକ୍ଷ ଚକ୍ରମଣି କହଁରଙ୍କୁ ଜିଲ୍ଲା ବିଜେଡି ପକ୍ଷରୁ ଅଭିନନ୍ଦନ ଓ ମୁଖ୍ଯମନ୍ତ୍ରୀଙ୍କୁ କୃତଜ୍ଞତା

ଫୁଲବାଣୀ – ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଯୁବ ବିଧାୟକଙ୍କୁ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ବିକାଶ ଦିଗରେ ସମସ୍ତ ପ୍ରକାର ପ୍ରୟାସ କରିବେ ବୋଲି କହିଛନ୍ତି।

ଚକ୍ରମଣିଙ୍କୁ ଏହି ପଦବୀ ମିଳି ଥିବାରୁ ଜିଲ୍ଲା ବିଜେଡି ପକ୍ଷରୁ ମଧ୍ୟ ଖୁସି ବ୍ୟକ୍ତ କରାଯାଇଛି। ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସମେତ ନଗର ସଭାପତି ବିମଳ ପାଢ଼ୀ, ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲିକ, ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ,ମହିଳା ବିଜେଡି ସଭାପତି ପୁନମ କହଁର, ପୌର ପରିଷଦ ଉପାଧ୍ୟକ୍ଷା ପାୟଲ ବେହେରା, କାଉନସିଲର ରାଜେନ୍ଦ୍ର ପାଢ଼ୀ ପ୍ରମୁଖ ଚକ୍ରମଣିଙ୍କୁ ଶୁଭେଚ୍ଛା ଜଣାଇବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପାଦନ ଦିଗରେ ସମସ୍ତ ସହଯୋଗ କରାଯିବ ବୋଲି ଜିଲ୍ଲା ବିଜେଡି ସଭାପତି କହିଛନ୍ତି।

Comments are closed.