ଧନୁର୍ଯ୍ୟ ଆତ୍ମହତ୍ୟା ମାମଲାରେ ପ୍ରଦୀପଙ୍କୁ ପକ୍ଷଭୁକ୍ତ କର: ବିଜେଡି

ବରଗଡ: ବିଜେପି ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଧନୁର୍ଯ୍ୟ ପାଣ୍ଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିଜେପି ଅଡୁଆରେ ପଡିଗଲାଣି। ଏହି ଘଟଣାରେ ପ୍ରଦୀପ ପୁରୋହିତଙ୍କୁ ପକ୍ଷଭୁକ୍ତ କରିବାକୁ ଆଜି ବିଜେଡି ରାଜ୍ୟ ସଂପାଦକ ରାଜୁ ଘିବେଲା ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି।

ଗତ ୬ ତାରିଖ ଦିନ ଭୂବନେଶ୍ବର ସ୍ଥିତ ପ୍ରଦୀପଙ୍କ ଫ୍ଲାଟରେ ଧନୁର୍ଯ୍ୟ ଆତ୍ମହତ୍ୟା କରିଥିଲେ। ଫଳରେ ସ୍ତ୍ରୀ, ବୁଢା ବାପା ଓ ମାଁ, ଦିବ୍ୟାଙ୍ଗ ଝିଅ ଏବେ ରୋଜଗାରିଆ ପୁଅକୁ ହରାଇ ଏକପ୍ରକାର ବେସାହାର ହୋଇଯାଇଛନ୍ତି।

ଧନୁର୍ଯ୍ୟଙ୍କ ପରିବାରର ସମସ୍ତଙ୍କ ସହ ଠିକ ଭାବରେ ବୁଝାମଣା ରହିଥିଲା । ସେ ଭୁବନେଶ୍ବର ମଧ୍ୟ ହସଖୁସିରେ ଯାଇଥଲେ। ହେଲେ ସେଠାରେ କାହିଁକି ଆତ୍ମହତ୍ୟା କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ରାଜୁ ପ୍ରଶ୍ନ କରିଛନ୍ତି। ବିଜୁ ଜନତା ଦଳ ପଦ୍ମପୁର ପକ୍ଷରୁ ବିଧାୟିକା ବର୍ଷା ସିଂ ବରିହା, ରାଜ୍ୟ ସମ୍ପାଦକ ରାଜୁ ଘିବେଲା ତଥା ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ମାନେ ଧନୁର୍ଯ୍ୟଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଯାଇ ସମବେଦନା ଜଣାଇଛନ୍ତି। ଏହାଛଡା ଘଟଣା ସଂପର୍କରେ ଆଲୋଚନା କରିବା ପରେ ପରିବାର ଲୋକ ଚାପରେ ରହିଛନ୍ତି ଏବଂ ଭୟରେ କିଛି କହି ପାରୁ ନାହାଁନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜୁ ଘିବେଲା ଅଭିଯୋଗ କରିଛନ୍ତି। ଏହା ସହ ଧନୁର୍ଯ୍ୟଙ୍କ ପରିବାରର ସମସ୍ତ ଖର୍ଚ୍ଚ ପ୍ରଦୀପ ପୁରୋହିତ ବହନ କରିବା ସହ ଏହି ଅତ୍ମହତ୍ୟା ପଛରେ ପ୍ରଦୀପ ପୁରୋହିତଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। ତେଣୁ ତାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଶ୍ରୀ ଘିବେଲା ଦାବି କରିଛନ୍ତି। ଏଥିସହ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ସୁସାଇଡ ନୋଟ ସାର୍ବଜନୀନ କରିବା ପାଇଁ ଶ୍ରୀ ଘିବେଲା ଦାବି କରିଛନ୍ତି।

Comments are closed.