ଯୌନ ନିର୍ଯାତନା ମାମଲା: ତାମିଲନାଡୁର ନିଲମ୍ବିତ ଓଡ଼ିଆ ପୋଲିସ ଅଧିକାରୀଙ୍କୁ ଜେଲ୍ ଦଣ୍ଡାଦେଶ

ଚେନ୍ନାଇ – ତାମିଲନାଡୁର ଓଡ଼ିଆ ପୋଲିସ ଅଧିକାରୀଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି। ଜଣେ ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଜରିମାନା କରିଛନ୍ତି ଭିଲୁପୁରମ କୋର୍ଟ । ଆଇପିଏସ ରାଜେଶ ଦାସଙ୍କ ସହ ତତ୍କାଳୀନ ଚେଙ୍ଗାଲପାଟୁ ଏସ୍‌ପିଙ୍କୁ ବି ଜରିମାନା କରିଛନ୍ତି କୋର୍ଟ । ୨୦୨୧ ଫେବ୍ରୁୟାରୀରେ ରାଜେଶ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା । ଏହି ସଙ୍ଗୀନ ଅଭିଯୋଗ ପରେ ରାଜେଶ ଦାସଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିଲା ।

Comments are closed.