ନୂଆଖାଇ ପାଇଁ ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର – ବିଧାନସଭାର ନୂଆ ବାଚସ୍ପତି ନିର୍ବାଚନ ଚଳିତ ମାସ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ହେବ । ପୂର୍ବରୁ ବାଚସ୍ପତି ନିର୍ବାଚନ ୨୧ ତାରିଖରେ କରିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଯୋଗୁଁ ନିର୍ବାଚନକୁ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଛି।

ସେପ୍ଟେମ୍ବର ୨୨ରେ ହିଁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ନୂଆଖାଇ ଦିନ ବାଚସ୍ପତି ନିର୍ବାଚନ ଥିବାରୁ ବିରୋଧୀ ଦଳ ଆପତ୍ତି ପ୍ରକାଶ କରିଥିଲେ ।

୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ। ତା’ ପୂର୍ବରୁ ୨୧ ତାରିଖରେ ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ ।

Comments are closed.