ସମ୍ବଲପୁର: ଚାଲିଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ସମୀକ୍ଷା

ସମ୍ବଲପୁର: ଗତ 2 ରୁ 3 ଦିନ ହେବ ସମ୍ବଲପୁର ଜିଲ୍ଲାରେ ବର୍ଷା ଜାରି ରହିଛି। ଅନେକ ଜାଗାରେ ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରିବା ସହ ରାସ୍ତା ଘାଟ କିଛି କିଛି ଜାଗାରେ ନଷ୍ଟ ହେବାର ସୂଚନା ମଧ୍ୟ ରହିଛି। ଏ ସଂକ୍ରାନ୍ତ ରେ ଆଜି ଜିଲ୍ଲାପାଳ ଏକ ଜରୁରୀ ବୈଠକ ଡାକି ସ୍ଥିତି ର ସମୀକ୍ଷା କରିଛନ୍ତି। ସ୍ଥାନୀୟ ଏସଏସଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର ପ୍ରାକ ପ୍ରସ୍ତୁତିର ବର୍ତ୍ତମାନର ସ୍ଥିତି ଦେଖି ବିରକ୍ତିଭାବ ପ୍ରକାଶ କରିବା ସହ ଜିଲ୍ଲାପାଳ ଅନନ୍ୟା ଦାସ ଅଧିକାରୀ ମାନଙ୍କୁ ତାଗିତ କରିଛନ୍ତି।

ଓଳିଆ ଉଠେଇବା, ଡ୍ରେନ ସଫା କୁ ତୁରନ୍ତ କରିବା ସହ ତଳିଆ ଅଂଚଳରେ ଥିବା କଲଭର୍ଟ ଗୁଡିକକୁ ଯାଞ୍ଚ କରିବା ସହ ବିଭିନ୍ନ ଅଧିକାରୀ ମାନେ କାଲିଠୁ ପ୍ରତିଦିନ ସକାଳେ ୱାର୍ଡ ପରିଦର୍ଶନ କରି ପରିମଳ ଦେଖିବା ସହ ଡ୍ରେନ ସଫେଇ ଏବଂ ଲୋକଙ୍କ ସହ ଏହି ସଂକ୍ରାନ୍ତରେ ଆଲୋଚନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଦଶ ଦିନରେ ଜିଲ୍ଲାପାଳ ଅଧିକାରୀ ମାନଙ୍କ ଠାରୁ ସ୍ଥିତି ସମୀକ୍ଷା କରିବେ। ମୁକୁଳା ଡ୍ରେନ ତୁରନ୍ତ ବନ୍ଦ ସହ ରାସ୍ତାରେ ପଡିଥିବା ଅଦର କାରି ଜିନିଷ ଗୁଡିକୁ ତୁରନ୍ତୁ ହୋଟେଇବା କୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଯେପରି କୌଣସି ଜାଗାରେ ପାଣି ଜମି ନ ରହୁ କିମ୍ବା ପାଣି ନିଷ୍କାସନ ରେ ପ୍ରତିବନ୍ଧକ କିଛି ନ ରହୁ ସେଥିପ୍ରତି ଦୁଷ୍ଟି ଦେଇ କାର୍ଯ୍ୟ ତୁରନ୍ତ କରିବାକୁ ଜିଲ୍ଲାପାଳ ଅନନ୍ୟା ଦାସ ନିର୍ଦ୍ଦେଶ ଦେଇଛନ୍ତି। ଯନ୍ତ୍ରପାତି ପ୍ରସ୍ତୁତି ରଖିବା, ଉତ୍ତମ ପରିଚାଳନା, ବିଭିନ୍ନ ଷ୍ଟେକହୋଲଡର ସହ ଉତ୍ତମ ସହଯୋଗ ରଖି କାର୍ଯ୍ୟକରିବା କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ପ୍ରଭାବିତ ଅଂଚଳ ରେ ଔଷଧ, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଯୋଗେଇବା ନିମନ୍ତେ ମହଜୁଦ ରଖିବା ସହ ତୁରନ୍ତ ରିଲିପି ସାମଗ୍ରୀ ପହଞ୍ଚାଇବା ରାସ୍ତା ସଫା କରିବା, ଭିତ୍ତିଭୂମିର ମରାମତି, ପୁନଃରୁଦ୍ଧାର କରିବାକୁ ଜିଲ୍ଲାପାଳ କହିଛନ୍ତି | ସମ୍ବେଦନ ଶୀଳ ଵର୍ଗ ଯଥା ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ, ଛୋଟ ପିଲା ଏବଂ ମହିଳାଙ୍କ ପାଇଁ ବିଶେଷ ଭାବେ ଯତ୍ନବାନ ହେବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ କହିଛନ୍ତି। ପ୍ରଥମ ବର୍ଷାରେ କୁଚିଣ୍ଡା, ରେଢ଼ାଖୋଲ, ବାମରା, ଜମନକିରା, ନାକଟିଦେଉଳ, ଯୁଯୁମୁରା ଇତ୍ୟାଦି ଅଞ୍ଚଳ ସହ ଅନ୍ୟ ଅଞ୍ଚଳ ଅଳ୍ପବହୁତ ପ୍ରଭାବିତ ହେଇଥିଲା। ସେଥିପାଇଁ ଏହି ଅଞ୍ଚଳ ସହ ଅନ୍ୟ ଅଞ୍ଚଳ ଗୁଡିକ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ବନ୍ୟା ବାତ୍ୟା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ୧ ଜୁଲାଇ ରୁ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।

ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ସମ୍ବଲପୁର ମହାନଗର ନିଗମ ର ଡେପୁଟି କମିଶନର ଶଙ୍କର ପ୍ରସାଦ ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଆଦିତ୍ୟ ପଣ୍ଡା, ଏନ୍ଫୋର୍ସମେଣ୍ଟ ଅଫିସର ଶୁଭଙ୍କର ମହାନ୍ତି, ବିଡ଼ିଓ ରେଢ଼ାଖୋଲ ମୋନଜ ମେହେର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ପୂର୍ଣ୍ଣଚନ୍ଦ୍ର ସାହୁ, ଜମନକିରା ବିଡ଼ିଓ ପ୍ରସନ୍ନ କୁମାର ପଟେଲ,କୁଚିଣ୍ଡା ବିଡ଼ିଓ ନିରଞ୍ଜନ ସା, ସହକାରୀ ଅଗ୍ନିଶମ ଅଧିକାରୀ ଅରୁଣ ଟପ୍ନ ସମେତ ବିଭିନ୍ନ ବିଭାଗୀୟ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।

Comments are closed.