ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାତାଙ୍କ ଦୁଇ ଗୋଟି ସୁବର୍ଣ୍ଣ ତିଳକ ଦାନ

ପୁରୀ- ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟଠାରେ ଗୁଜରାଟ ଅହମ୍ମଦାବାଦ ଶେଷୱାଡି ଗ୍ରାମର ଚିରାଗ ଚିନୁଭାଇ ପଟେଲ ନାମକ ଜଣେ ଭକ୍ତ ମହାପ୍ରଭୁଙ୍କ ପାଇଁ ୧ କିଲୋ ୬୦ ଗ୍ରାମ ଓଜନର ଦୁଇଟି ସୁବର୍ଣ୍ଣ ତିଳକ ଦାନ କରିଛନ୍ତି । ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଉପସ୍ଥିତିରେ ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୁଇଗୋଟି ସୁବର୍ଣ୍ଣ ତିଳକ ଦାନ କରିଛନ୍ତି ଗୁଜରାଟୀ ଭକ୍ତ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ଦାତାଙ୍କୁ ସମ୍ମାନିତ କରିଥିଲେ ।

Comments are closed.