ଟ୍ରିପଲ୍ ମର୍ଡର ମାମଲାରେ ବାପାକୁ ଫାଶୀ ଓ ପୁଅକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ସମ୍ବଲପୁର – ପ୍ରାୟ ତିନି ବର୍ଷ ତଳେ ଏକ ଜମିଜମା ବିବାଦକୁ କେନ୍ଦ୍ରକରି ସମ୍ବଲପୁର ଜିଲ୍ଲାରେ ସଂଘଟିତ ଟ୍ରିପଲ ମର୍ଡର ମାମଲାରେ ଆଜି ରାୟ ଆସିଛି । ହତ୍ୟାକାରୀ ବାପାକୁ ମୃତ୍ୟୁ ଓ ପୁଅକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୁଚିଣ୍ଡା ଏଡିଜେ ।

୨୦୨୦ ମସିହା ଅକ୍ଟୋବର ୨୧ ତାରିଖରେ ଜମିଏମା ବିବାଦରୁ ମହୁଲପାଲି ଥାନା ଲପଡା ଗାଁରେ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରାଯାଇଥିଲା। ଗିରିଧାରୀ ସାହୁ, ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁ ଓ ଶାଶୁ ପିରୋବତୀ ବେହେରାଙ୍କୁ ପଡୋଶୀ ନବୀନ ଦେହୁରୀ ଟାଙ୍ଗିଆରେ ହାଣି ନୃଶଂସ ଭାବେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ନବୀନକୁ ତା’ ପୁଅ ହେମାନନ୍ଦ ଦେହୁରୀ ସହଯୋଗ କରିଥିଲା। ନବୀନ ଓ ତାଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ମହୁଲପାଲି ଥାନା ପୋଲିସ୍।

ସାକ୍ଷୀଙ୍କ ବୟାନ, ସାଇଣ୍ଟିଫିକ୍‌ ତଥ୍ୟ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି କୁଚିଣ୍ଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ହତ୍ୟା ମାମଲାର ରାୟ ଶୁଣାଇଛି। ମୁଖ୍ୟ ଅଭିଯୁକ୍ତ ନବୀନ ଦେହୁରୀଙ୍କୁ ମୃତ୍ୟୁଦଣ୍ଡା ଶୁଣାଇଛନ୍ତି। ଏଥିସହ ନବୀନଙ୍କ ପୁଅ ହେମାନନ୍ଦଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି।

Comments are closed.