ଲାଞ୍ଚୁଆ ହିନ୍ଦୋଳ ବିଇଓ ଗିରଫ, ବିପୁଳ ସଂପତ୍ତି ଠାବ

ଭୁବନେଶ୍ୱର – ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକଙ୍କୁ ଗିରଫ କରାଯାଇଛି । ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଭଦ୍ରକ କୁଆଁଶରେ ଥିବା ମଲ୍ଲିକଙ୍କ ନିଜ ଘର ଓ ହିନ୍ଦୋଳ ସ୍ଥିତ ଭଡ଼ାଘରେ ଚଢ଼ାଉ ପରେ ମୋଟ ୧୧ ଲକ୍ଷ ୧୦ ହଜାର ୩୭୦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଭଦ୍ରକ କୁଆଁଶରେ ଦୁଇ ମହଲା କୋଠା, ଭଦ୍ରକ ସହରରେ ୩ଟି ପ୍ଲଟ, ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ୟାଙ୍କ ଓ ବୀମା ଡିପୋଜିଟ, ଗୋଟିଏ ହ୍ୟୁଣ୍ଡାଇ ଓ ଗୋଟିଏ ବାଇକ ଜବତ କରାଯାଇଛି। ଚଢ଼ାଉ ଜାରି ରଖିବା ସହ ତଦନ୍ତ ଜାରି ରଖିଛି ଭିଜିଲାନ୍ସ। ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା ।

Comments are closed.