କାଳବୈଶାଖୀ ରଚିଲା ତାଣ୍ଡବ, ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର -ଆଜି ଅପରାହ୍ନରେ ରାଜ୍ୟର ୭ଟି ଜିଲ୍ଲାରେ ତାଣ୍ଡବ ରଚିଛି କାଳବୖଶାଖୀ ବର୍ଷା ପବନ । କାଳବୈଶାଖୀ ପ୍ରଭାବରେ ପୁରୀ, ଜଗତସିଂହପୁର, ଯାଜପୁର, ନୟାଗଡ଼ରେ ପ୍ରବଳ ବର୍ଷାପବନ ହୋଇଛି । ଢେଙ୍କାନାଳ, ଖୋର୍ଦ୍ଧା, କଟକ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । କେଉଁଠି ଘରର ଚାଳଛପର ଉଡିଯାଇଛି ତ ଆଉ କେଉଁଠି ଗଛ ଉପୁଡ଼ି ପଡ଼ିଛି । ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି।

କେତେକ ଜିଲ୍ଲାରେ କାଳବୖଶାଖୀର ପ୍ରଭାବ ୨୪ ଘଣ୍ଟା ଯାଏଁ ରହିବ । ଭୁବନେଶ୍ବର, କଟକ, ପିପିଲି, ପୁରୀ, ଆଠଗଡ଼ରେ କାଳବୖଶାଖୀ ଯୋଗୁଁ ଅଧିକ କ୍ଷୟକ୍ଷତି ହୋଇଛି। ବହୁ ଘରର ଚାଳ, ଟିଣ ଛପର ଉଡ଼ିଯିବା ସହ ଗଛ ଡାଳ ଭାଙ୍ଗି ରାସ୍ତାରେ ପଡିଛି । ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।

Comments are closed.