ବାଣ ଗୋଦାମରେ ବିସ୍ଫୋରଣ, ୮ ମୃତ

ଚେନ୍ନାଇ: ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡରୁ ବିସ୍ଫୋରଣ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି। କାଞ୍ଚିପୁରମ ଜିଲ୍ଲାପାଳ ଏମ ଆରତୀଙ୍କ ସୂଚନା ଅନୁଯାୟୀ ଏହି ଅଘଟଣ ଜିଲ୍ଲାର କୁରୁଭିମଲାଇ ଗ୍ରାମରେ ଘଟିଛି।

ଏହି ଘଟଣାରେ ଅତି କମରେ ୧୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ପୋଲିସ କହିଛି ଯେ ଏହି ଘଟଣା ବେଳେ ବାଣ ଗୋଦାମରେ ଅତି କମରେ ୨୫ ଜଣ ଲୋକ କାମ କରୁଥିଲେ। ତେବେ ଏହି ଗୋଦାମର ଲାଇସେନ୍ସ ଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ଘଟଣା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପ୍ରାୟ ୩୦ ମିନିଟ୍ ଧରି ପରିଶ୍ରମ ପରେ ଅଗ୍ନିଶମ ବାହିନ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।

Comments are closed.