ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ , ୮ କ୍ୟାବିନେଟ ଓ ୫ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥ

ଭୁବନେଶ୍ୱର – ମୋହନ ଚରଣ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟକାଳ ଆରମ୍ଭ ହୋଇଛି। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସମାରୋହରେ ରାଜ୍ୟପାଳ ରଘୁବର ଦାସ କେନ୍ଦୁଝର ସଦର ବିଜେପି ବିଧାୟକ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଉପ ମୁଖ୍ୟମନ୍ତ୍ରୀ ଭାବେ ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂହଦେଓ ଓ ନିମାପଡା ବିଧାୟିକା ପ୍ରଭାତି ପରିଡ଼ା ଶପଥ ନେଇଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ଏଥିସହ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ଓଡିଶାର ବିଜେପି ସାଂସଦମାନେ ଉପସ୍ଥିତ ଥିଲେ । ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ।

ଆଜି ଆଉ କିଛି ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି। ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ରବିନାରାୟଣ ନାୟକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଭୂତି ଜେନା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଗୋକୁଳାନନ୍ଦ ମଲ୍ଲିକ, ସୂର୍ଯ୍ୟବଂଶୀ ସୂରଜ, ଗଣେଶରାମ ସିଂହ ଖୁଣ୍ଟିଆ, ପ୍ରଦୀପ ବଳ ସାମନ୍ତ, ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ହେବେ ।

ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳ

ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ

ଉପ ମୁଖ୍ୟମନ୍ତ୍ରୀ
କନକ ବର୍ଦ୍ଧନ ସିଂଦେଓ
ପ୍ରଭାତୀ ପରିଡା

କ୍ୟାବିନେଟ୍ ମନ୍ତ୍ରୀ
ସୁରେଶ ପୂଜାରୀ
ରବି ନାରାୟଣ ନାୟକ
ନିତ୍ୟାନନ୍ଦ ଗଣ୍ଡ
କୃଷ୍ଣଚନ୍ଦ୍ର ପାତ୍ର
ପୃଥ୍ୱୀରାଜ ହରିଚନ୍ଦନ
ମୁକେଶ ମହାଲିଙ୍ଗ
ବିଭୂତି ଭୂଷଣ ଜେନା
କୃଷ୍ଣଚନ୍ଦ୍ର ମହାପାତ୍ର

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
ଗଣେଶ ରାମ ଖୁଣ୍ଟିଆ
ସୂର୍ଯ୍ୟବଂଶୀ ସୂରଜ
ପ୍ରଦୀପ ବଳସାମନ୍ତ
ଗୋକୁଳାନନ୍ଦ ମଲ୍ଲିକ
ସମ୍ପଦ କୁମାର ସ୍ୱାଇଁ

Comments are closed.