ସାଲେପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: ତିନି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାର ରଖିଲେ ଉତ୍ତର

ଭୁବନେଶ୍ୱର – କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ସାଲେପୁରରେ ଆଜି ଦଳ ପାଇଁ ପ୍ରଚାର କରିଛନ୍ତି ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ । ଏକ ଜନସଭାରେ ସେ କହିଛନ୍ତି ଯେ, ସବୁ ପ୍ରଶ୍ନର ଉତ୍ତର ଗୋଟିଏ । ସେ ହେଉଛନ୍ତି ମୁଏ ନବୀନ ପଟ୍ଟନାୟକ । ଯେତେ ସବୁ ବିକାଶ ଓ କଲ୍ୟାଣ କାମ- ବିଏସକେୱ।ଆଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‌, ୫-ଟି ସ୍କୁଲ, ମଧୁବାବୁ ପେନସନ- କିଏ କରିଛି? ସବୁର ଉତ୍ତର କେବଳ ନବୀନ ଓ ନବୀନ ବୋଲି ପାଣ୍ଡିଆନ କହିଥିଲେ। ପ୍ରଧାନମନ୍ତ୍ରୀ କହୁଛନ୍ତି ଚାଷୀଭାଇମାନେ ଏମଏସପି ୨୩୦୦ ଟଙ୍କା ପାଉଛନ୍ତି । କିନ୍ତୁ ସେମାନେ ୩୧୦୦ ଟଙ୍କା ପାଇବା କଥା । ଏମ୍ ଏସପି ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହେଁ । କିନ୍ତୁ ପ୍ରଧାନମନ୍ତ୍ରୀ ନିଜେ କହୁଛନ୍ତି ୩୧୦୦ ହେବା କଥା । ଏହାର ଅର୍ଥ କ’ଣ ବୋଲି ପାଣ୍ଡିଆନ କହିଥିଲେ। ପ୍ରଧାନମନ୍ତ୍ରୀ ଚାହିଁଥିଲେ ଗୋଟିଏ ମିନିଟ୍‌ରେ ଦେଇ ପାରିଥାନ୍ତେ । ମୁଖ୍ୟମନ୍ତ୍ରୀ ସବୁବେଳେ ଦାବି କରି ଆସିଛନ୍ତି ଏମ୍ଏସପି ବଢା ଯାଉ । କିନ୍ତୁ କେନ୍ଦ୍ର କେବେ ଶୁଣି ନାହିଁ । ବିଜେଡି ସରକାର ଧୀମା କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କୁ ବିନମ୍ରତାର ସହିତ କହିବେ ଯେ ଥରେ କଟକରୁ ସମ୍ବଲପୁର ଗାଡିରେ ଯାଆନ୍ତୁ, ତାଙ୍କ ସରକାରଙ୍କ କାର୍ଯ୍ୟ ଦକ୍ଷତାର ନମୁନା ପାଇଯିବେ ।

୧୦ ବର୍ଷ ହୋଇଗଲାଣି କାମ ସରୁନାହିଁ । ଏଇଟା କଣ ଡବଲ ଇଂଜିନର ସ୍ପିଡ୍ । ପ୍ରଧାନମନ୍ତ୍ରୀ କହିଲେ ଯେ ନବୀନ ପଟ୍ଟନାୟକ ସରକାର ସ୍ୱଚ୍ଛ ନୁହେଁ । ଏହା ହାସ୍ୟାସ୍ପଦ, ସାରା ପୃଥିବୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ବିଷୟ ଜାଣିଛି । ପ୍ରଧାନମନ୍ତ୍ରୀ ନିଜେ ଉଭୟ ରାଜ୍ୟସଭା ଓ ଲୋକସଭାରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି କହିଥିଲେ ଯେ ଯଦି ଜଣେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ସହ କାମ କରିନ୍ତି, ସେ ରାଜ୍ୟ ଉପରକୁ ଉଠିବ । ଆଜି କେବଳ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଏ କଥା କହୁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ପରିବାରର ସଦସ୍ୟ ବୋଲି ଭାବନ୍ତି । ରାଜନୀତି କି କ୍ଷମତା ପାଇଁ ସେ ଆସି ନାହାନ୍ତି । ସେ ଆସିଛନ୍ତି ସେବା କରିବା ପାଇଁ । ଜୁନ୍‌ ୯ରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଛାଡ କରିବେ, ଦ୍ୱିତୀୟ ଦସ୍ତଖତରେ ବିଏସକେ ୱଆଇ କାର୍ଡରେ ସମସ୍ତେ ସାମିଲ ହେବେ । ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ମା’ ମାନଙ୍କୁ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ ବ୍ୟବସ୍ଥା ।

ଯୋଉ ହାତ ଖାଇବାକୁ ଦେଉଛି, ସେ ହାତକୁ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ କାମୁଡୁଛନ୍ତି ବୋଲି ସେ ସମାଲୋଚନା କରିଥିଲେ । ସାଲେପୁର ମାଟି ହେଉଛି ଭାଇଚାରାର ମାଟି, ସାଲେପୁରକୁ ଏନ୍‌ଏସି ମାନ୍ୟତା ଦିଆଯାଇଛି ବୋଲି ପାଣ୍ଡିଆନ କହିଥିଲେ।

Comments are closed.