ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଆନ୍ତର୍ଜାତିକ ପୁରସ୍କାର

ମୁମ୍ବାଇ – ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଛି ଆନ୍ତର୍ଜାତିକ ପୁରସ୍କାର। ଓଡ଼ିଆ ପୁଅଙ୍କୁ ମିଳିଛି ‘ଗଭର୍ଣ୍ଣର ଅଫ ଦି ଇୟର’ ପୁରସ୍କାର। ଲଣ୍ଡନର ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ହେଉଛି ଏକ ଅନ୍ତର୍ଜାତୀୟ ଅର୍ଥନୀତିକ ରିସର୍ଚ୍ଚ ଜର୍ଣ୍ଣାଲ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଭାବେ ଭାରତର ମୁଦ୍ରାସ୍ଫୀତି ଓ କୋରୋନା ମହାମାରୀ ବେଳେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସଠିକ ଭାବରେ ପରିଚାଳନା କରିଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ କୁହାଯାଇଛି ଯେ ଶକ୍ତିକାନ୍ତ ଆରବିଆଇର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ସେ ଆରବିଆଇର ସୁପରିଚାଳନା କରିବା ସହିତ ପୂରା ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଭଲ ଭାବେ ପରିଚାଳନା କରିଥିଲେ।

Comments are closed.