ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବମାଗଣା ୱାଇ-ଫାଇ ବ୍ୟବସ୍ଥା

ଭୁବନେଶ୍ୱର – ଏଣିକି ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ୱାଇ-ଫାଇ ବ୍ୟବସ୍ଥା ଉପଲବ୍ଧ ହେବ । କ୍ୟାମ୍ପସରେ ୱାଇ-ଫାଇ ବ୍ୟବସ୍ଥା କରିବାକୁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ।

ଆଜିକାଲି ବିଶ୍ୱବିଦ୍ୟାଳୟର ଷ୍ଟଡି ମେଟାରିଆଲ ଓ ପାଠ୍ୟପୁସ୍ତକ ମୁଖ୍ୟତଃ ଅନଲାଇନରେ ଉପଲବ୍ଧ ହେଉଛି । ତେଣୁ ମାଗଣା ୱାଇ-ଫାଇ ବ୍ୟବସ୍ଥା କଲେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବୌଦ୍ଧିକ ବାତାବରଣରେ ଉନ୍ନତି ଆସିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଲେଖାଯାଇଥିବା ଚିଠିଲେ ଉଲ୍ଲେଖ କରିଛନ୍ତି ।

Comments are closed.