ଗ୍ରୀଷ୍ମ ପ୍ରବାହ: ସାଢେ ୨ ସୁଦ୍ଧା ୭ ସହରର ତାପମାତ୍ରା ୪୦ ଉପରେ, ୪୩ .୫ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କଲବଲ କରୁଛି । ପ୍ରଚଣ୍ଡ ଗରମରୁ ଲୋକଙ୍କୁ ନିସ୍ତାର ନାହିଁ। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ରାଜ୍ୟର ୭ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। ୪୩ ଦଶମିକ ୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ସମ୍ବଲପୁର ଓ ହୀରାକୁଦରେ ୪୩ ଡିଗ୍ରୀ ସେଲସିୟସ, ରାଉରକେଲାରେ ୪୨,
କେନ୍ଦୁଝରରେ ୪୧ .୮,ଚାନ୍ଦବାଲିରେ ୪୧.୬, ଭୁବନେଶ୍ୱରରେ ୪୦.୫, ବାଲେଶ୍ୱରରେ ୩୯.୬, ପୁରୀରେ ୩୪.୪, ଗୋପାଳପୁରରେ ୩୩.୬ ଓ
ପାରାଦ୍ୱୀପରେ ୩୩ .୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.