ଛତ୍ରପୁର: କେନାଲରେ ଭାସିଗଲା ୪ ବର୍ଷର ନାବାଳକ

ଛତ୍ରପୁର: ଛତ୍ରପୁର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ୪ ବର୍ଷର ନାବାଳକ ଚନ୍ଦନ ପ୍ରଧାନ ଗାଁ ନିକଟ କେନାଲରେ ଭାସିଯାଇ ପ୍ରାଣ ହରାଇଛି। ଆଜି ଅପରାହ୍ନରେ ଏହି ଦୁଃଖଦ ଘଟଣା ଘଟିଛି। ବଳରାମପୁର ଗ୍ରାମର ମନୋଜ ପ୍ରଧାନଙ୍କ ପୁଅ ଚନ୍ଦନ ଗାଁ ନିକଟ କେନାଲ ପାଖ ପଡ଼ିଆକୁ ଯାଇଥିବା ବେଳେ କୌଣସିମତେ ଗୋଡ଼ ଖସିଯିବାରୁ କେନାଲର ପ୍ରଖର ପାଣିରେ ଭାସି ଯାଇଥିଲା।
୩ ଘଣ୍ଟା ପରେ ଛତ୍ରପୁର ଅଗ୍ନିଶମ ବାହିନୀ କେନାଲରୁ ମୃତ ଦେହ ଉଦ୍ଧାର କରିଥିଲା। ପୁଲିସ ଶବ ଜବତ କରି ଛତ୍ରପୁର ହସପିଟାଲକୁ ବ୍ୟବଛେଦ ପାଇଁ ପଠାଇଥିବା ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.