ଦୁର୍ଘଟଣା ସ୍ଥଳରେ ରୁଣ୍ଡ ଲୋକଙ୍କ ଉପରେ ମାଡ଼ିଗଲା ଏସୟୁଭି, ୯ ମୃତ

ଅହମ୍ମଦାବାଦ: ଅହମ୍ମଦାବାଦରେ ଗୁରୁବାର ଏକ ଫ୍ଲାଏ ଓଭରରେ ଦୁର୍ଘଟଣା ସ୍ଥଳରେ ରୁଣ୍ଡ ହୋଇଥିବା ଭିଡ଼ ଉପରେ ଏକ ଦ୍ରୁତଗାମୀ ଏସୟୁଭି ମାଡ଼ି ଯିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି।

ବୁଧବାର ବିଳମ୍ବିତ ରାତିରେ ସରଖେଜ୍-ଗାନ୍ଧିନଗର ରାଜପଥରେ ଥିବା ଇସ୍କନ୍ ବ୍ରିଜରେ ଏହି ଦୁର୍ଘଟଣା ଘଟିଛି ।ପୋଲିସ ସୂଚନା ଅନୁସାରେ, ପ୍ରଥମେ ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହେବା ପରେ ସେଠାରେ କିଛି ଲୋକ ରୁଣ୍ଡ ହୋଇଥିଲେ । ଏତିକି ବେଳେ ଏକ ଏସୟୁଭି ୧୦୦ କିଲୋମିଟରରୁ ଅଧିକ ବେଗରେ ଆସି ଭିଡ଼ ଉପରେ ମାଡ଼ି ଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Comments are closed.