୫-ଟି ଅଧ୍ୟକ୍ଷଙ୍କ ସହ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା

ସମ୍ବଲପୁର: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ କର୍ମକର୍ତ୍ତାଙ୍କ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନଙ୍କୁ ଅଭିନନ୍ଦନ ଜଣାଇବା ସହ ସାକ୍ଷାତ ଆଲୋଚନା ।

ଆଜି ୫-ଟି ଅଧ୍ୟକ୍ଷଙ୍କ ସହ ନବୀନ ନିବାସ ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା କେନ୍ଦୁପତ୍ର ଡିଭିଜନର କର୍ମକର୍ତ୍ତା ତଥା ପ୍ରତିନିଧିମାନେ ସାକ୍ଷାତ କରି ଅଭିନନ୍ଦନ ତଥା ସମ୍ବର୍ଦ୍ଧନା ଜଣାଇଥିଲେ। ପଣ୍ଡିଆନଙ୍କ ସାମାଜିକ ଜୀବନରେ ସାମିଲ ନିଷ୍ପତି ନିଶ୍ଚିତ ଭାବରେ ତାଙ୍କର ଅଭିଜ୍ଞତା ରାଜ୍ୟର ବିକାଶରେ ସହାୟକ ହେବ।

ଏହି ଅଭିନନ୍ଦନ ଜଣାଇବା ଅବସରରେ ସଂଘର ୧୨ ଦଫା ସମ୍ମାଳିତ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ। ପଣ୍ଡିଆନ ଏହି ସ୍ମାରକ ପତ୍ର ଗ୍ରହଣ କରି ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସଂଘର ବିଭିନ୍ନ ଦାବୀ ପୂରଣ କରିଛନ୍ତି ଏବଂ ବର୍ତମାନ ମଧ୍ୟ ଉକ୍ତ ଦାବୀ ଗୁଡ଼ିକ ସମ୍ପର୍କରେ ଉଚିତ୍ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ।

ଏହି ପ୍ରତିନିଧି ଦଳରେ କେନ୍ଦୁ ଲିଭ୍ ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି, ରାଜ୍ୟ ଉପ ସଭାପତି ଗୋକୁଳ ମେହେର, ରାଜ୍ୟ ସମ୍ପାଦକ ମହମ୍ମଦ ମୃତୁଜା, ରାଜ୍ୟ ତଥା ପାଟଣାଗଡ଼ ସମ୍ପାଦକ ଶିବା ପରିଛା, ରେଢ଼ାଖୋଲ ସମ୍ପାଦକ କିଶୋର ପ୍ରଧାନ, ଯୁଗ୍ମ ସମ୍ପାଦକ ଉଦିତ ତ୍ରିପାଠୀ, ରାଉରକେଲା ସମ୍ପାଦକ କ୍ଷେତ୍ର ଚନ୍ଦ୍ର ବାରିକ, ଦେବଗଡ଼ ସମ୍ପାଦକ ଭୂପେନ୍ଦ୍ର ନାୟକ, ଝାରସୁଗୁଡ଼ା ସମ୍ପାଦକ ପ୍ରଦୀପ ସାହୁ, କୁଚିଣ୍ଡା ଡିଭିଜନ ରୁ ମିଲନ ପଲେଇ, ପୁଷ୍ପକେତୁ ଦେଓ , ଅନଗୁଳ ସମ୍ପାଦକ ରତ୍ନାକର ପ୍ରଧାନ, ଟିଟିଲାଗଡ ରାଜ କୁମାର ବିଶି, ଫୁଲବାଣୀ ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ସାହୁ, ସମ୍ବଲପୁର ଡିଭିଜନ ରୁ ଭକ୍ତ ମାଝୀ, ରମେଶ ମହାର, ଜୟପୁର ବିଜୟ ପଟନାୟକ, ମାଲକାଗିରିରୁ ରାମ ଚନ୍ଦ୍ର ମାଢି, ନବରଙ୍ଗପୁର ରାଜେଶ୍ କୁଲଦୀପ, ନରସିଂହପୂର୍ ମହାଦେବ ସାହୁ, ଅଖିଳ ସାମଲ, ପ୍ରଶ୍ନ ସାହାଣୀ, ସୁରେଶ ସାମଲ, ସୁନ୍ଦରଗଡ଼ ଶୋଭା ପ୍ରଧାନ, ଝାରସୁଗୁଡ଼ା ଡିଭିଜନ ତରୁଣ ସାହୁ, ଅଶୋକ ମାଝୀ, ଜ୍ଞାନ ଗଡ଼ନାୟକ, କଟକ ଜିଲ୍ଲାରୁ କେନ୍ଦୁପତ୍ର ତୋଳାଳୀ ଙ୍କ ମଧ୍ୟରେ ଲକ୍ଷ୍ମୀ ସାହୁ, ବିଳାସିନୀ ସାହୁ, ସବିତା ଜାନି ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.