ହନୁମାନ ଜୟନ୍ତୀରେ ଶାନ୍ତି ଭଙ୍ଗ ଆଶଙ୍କା, ଜୟପୁର ଉପଖଣ୍ଡରେ ଜାରି ହେଲା ୧୪୪ ଧାରା , ୨୦ ଯାଏଁ ବଳବତ୍ତର

ଜୟପୁର – ହନୁମାନ ଜୟନ୍ତୀ ପୂର୍ବରୁ ଜୟପୁରରେ ପ୍ରଶାସନର ସତର୍କତାମୂଳକ ପଦକ୍ଷେପ। ଶାନ୍ତି ଶୃଙ୍ଖଳା ଭଙ୍ଗ ହେବାର ଆଶଙ୍କା ଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନ ୩ଟାରୁ ଜୟପୁର ଉପଖଣ୍ଡରେ ୧୪୪ ଧାରା ଜାରି କରାଯାଇଛି। ଏହା ଆସନ୍ତା ୨୦ ତାରିଖ ଯାଏଁ ବଳବତ୍ତର ରହିବ । ଏ ନେଇ ଜୟପୁର ଉପଜିଲ୍ଲାପାଳ ତଥା ସବଡିଭିଜନାଲ ମାଜିଷ୍ଟ୍ରେଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Comments are closed.