ଲୋକସଭାରୁ ଆଉ ୩୩ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତି ଦାବିରେ ଅଟଳ ରହିଛନ୍ତି ବିରୋଧୀ ‌। ଏହି ପ୍ରସଙ୍ଗରେ ସୋମବାର ମଧ୍ୟ ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଚାଲିପାରି ନାହିଁ। ଲୋକସଭାରେ ହଙ୍ଗାମା କାରଣରୁ ବାଚସ୍ପତି ପୁଣି ୩୩ ଜଣ ବିରୋଧୀ ସାଂସଦଙ୍କୁ ଚଳିତ ଶୀତକାଳୀନ ଅଧିବେଶନର‌ ଅବଶିଷ୍ଟ ଦିନ ଯାଏଁ ନିଲମ୍ବିତ କରିଛନ୍ତିି। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଅଛନ୍ତି। ୩୩ ସାଂସଦଙ୍କୁ ନିଲମ୍ବନ ପରେ ଲୋକସଭାକୁ ଆସନ୍ତାକାଲି ଯାଏଁ ମୁଲତବୀ ରଖାଯାଇଛି।

ଗତ ସପ୍ତାହରେ ମଧ୍ୟ ଗୃହର ଅବମାନନା ଅଭିଯୋଗରେ ଲୋକସଭାରୁ ୧୩ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ କିଛି ଆଜି ନିଲମ୍ବନ ବିରୋଧରେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ସଂସଦ ସୁରକ୍ଷା ମାମଲାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରିଥିଲେ।

Comments are closed.