ରାଜ୍ୟ ବଜେଟ୍ : ଧାନ ମୂଲ୍ୟ ଠିକ୍ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟି ଟଙ୍କାର ରିଭଲଭିଂ ଫଣ୍ଡ୍

ଭୁବନେଶ୍ୱର – ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟରେ ଧାନ ମୂଲ୍ୟ ସଠିକ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟି ଟଙ୍କାର ରିଭଲ୍‌ଭିଂ ଫଣ୍ଡ ବ୍ୟବସ୍ଥା କରାଯାଇଛି । ଆଗାମୀ ୫ ବର୍ଷରେ ୧୮୫୮ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ । ଏହି ରୂପାନ୍ତରଣ ପାଇଁ ୫ ବର୍ଷରେ ୩୩୮୯ କୋଟି ଟଙ୍କା ବ୍ୟୟ କରାଯିବ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ କରାଯାଇଛି।

ବଜେଟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ୪ ହଜାର କୋଟିରୁ ଅଧିକ ବ୍ୟୟ ଯୋଜନା ଲକ୍ଷ୍ୟ ରଖାଯାଇଛି। କୃଷି ପାଇଁ ବଜେଟରେ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ ହୋଇଛି।

୫୩ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ପାଇଁ ୩୯୮୦ କୋଟି ଖର୍ଚ୍ଚ କରାଯିବ । ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ବଜେଟରେ ୫୨୯ କୋଟିର ବ୍ୟୟବରାଦ ହୋଇଛି। ନୂଆ-ଓ କାର୍ଯ୍ୟକ୍ରମ ପାଇଁ ୩ ବର୍ଷରେ ବ୍ୟୟ ହେବ ୩୮୫ କୋଟି । ସଡ଼କ, ସେତୁ, ଏୟାରପୋର୍ଟ, ରେଲୱେ ବିକାଶ ପାଇଁ ୨୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଲକ୍ଷ୍ମୀ ଯୋଜନାରେ ମୋଟ ୧୭୪୫ଟି ବସ୍‌ ଚଳାଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ପାଇଁ ବଜେଟରେ ଆଉ ୧୧୯୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

Comments are closed.