ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାର ଗିରଫ ହେଲେ ଭୁବନର କୋଟିପତି ପିଇଓ

ଢେଙ୍କାନାଳ – ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାର ଗିରଫ ହୋଇଛନ୍ତି ଭୁବନର କୋଟିପତି ପିଇଓ ସନ୍ତୋଷ କୁମାର ସାହୁ । ଆଜି ଏକକାଳୀନ ପିଇଓଙ୍କ ଢେଙ୍କାନାଳ ଓ କାମାକ୍ଷାନଗର ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଭୁବନ ବ୍ଲକ ଦିଘି ଓ ମଠକରକୋଳା ପଂଚାୟତର ପିଇଓ ଥିବା ସନ୍ତୋଷ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ତଦନ୍ତ ବେଳେ ଏକ କୋଟି ଟଙ୍କାର ସଂପତ୍ତି ଠାବ କରିିଛି ଭିଜିଲାନ୍ସ । ଏହାସହ ପିଇଓଙ୍କ ଅନେକ କୋଠା ମଧ୍ୟ ରହିଛି । କୋଠାଗୁଡିକର ଆନୁମାନିକ ମୂଲ୍ୟ ୮୪ ଲକ୍ଷରୁ ଅଧିକ ହେବ । ଢେଙ୍କାନାଳ ଭିଜିଲାନ୍ସ ଡିଏସପି ଅନିରୁଦ୍ଧ ନାୟକଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା ।

Comments are closed.