ଜାନୁଆରୀ ୨୨ରେ ଅଧାଦିନ ଛୁଟି

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଜାନୁଆରୀ ୨୨କୁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ସେହିଦିନ କେନ୍ଦ୍ର ସରକାରଙ୍କ ଅଧୀନ ସମସ୍ତ କାର୍ଯ୍ୟାଳୟ ଅଧା ଦିନ ଛୁଟି ରହିବ । ସରକାରଙ୍କ ତରଫରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି । ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଛନ୍ତି ।

ସରକାରଙ୍କ ତରଫରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି, ଦେଶର କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଔଦ୍ୟୋଗିକ ପ୍ରତିଷ୍ଠାନଗୁଡ଼ିକ ଜାନୁଆରୀ ୨୨ ରେ ଅପରାହ୍ନ ୨:୩୦ ପର୍ଯ୍ୟନ୍ତ ବନ୍ଦ ରହିବ | ଲୋକମାନେ ଯେପରି ରାମ ଲାଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିପାରିବେ ସରକାର ସେଥିପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ କର୍ତ୍ତା ଭାବେ ଯୋଗଦେବେ। ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରାକ୍ ରୀତିନୀତି ଆରମ୍ଭ ହୋଇସାରିଛି। ଆଜି ଏହି ସାତ ଦିନିଆ ରୀତିନୀତିର ତୃତୀୟ ଦିନ ।

Comments are closed.