ଗୋପାଳପୁରରେ ପ୍ରତିଷ୍ଠା ହେବ ଗ୍ରୀନ ଆମୋନିଆ ପ୍ଲାଣ୍ଟ୍, ଏସିଏମଇ ଗ୍ରୁପକୁ ସହଯୋଗ କରିବ ଜାପାନୀ କମ୍ପାଊ

ଭୁବନେଶ୍ୱର – ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ପ୍ରତିଷ୍ଠା ହେବ ଗ୍ରୀନ ଆମୋନିଆ ପ୍ଲାଣ୍ଟ୍ । ଏଥିପାଇଁ ଏଥିପାଇଁ ୩୪୦ ଏକର ଜାଗା ଆବଣ୍ଟନ କରାଯାଇଛି । ଏସିଏମଇ ଗ୍ରୁପ୍ ଜାପାନର ଆଇଏଚଆଇ କମ୍ପାନୀ ସହଯୋଗରେ ମିଳିତ ଭାବେ ପ୍ରତିଷ୍ଠା କରିବ ଗ୍ରୀନ ଆମୋନିଆ ପ୍ଲାଣ୍ଟ୍ । ଏଥିପାଇଁ ୬୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ଲାଣ୍ଟ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ପ୍ରକଳ୍ପ ହେଲେ ୩ ହଜାର ୭ ଶହ ଲୋକଙ୍କୁ ନିଯୁକ୍ତି ମିଳିବ । ଜାପାନର ଏକ ଟିମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି ।ଗ୍ରୀନ ଆମୋନିଆ ପ୍ଲାଣ୍ଟ ହେଲେ ରାଜ୍ୟକୁ କିପରି ଫାଇଦା ମିଳିବ ସେ ବିଷୟରେ ବି ଆଲୋଚନା ହୋଇଛି ।

Comments are closed.