ଶିମିଳିପାଳରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର – ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ କଳାବାଘର ସଫାରୀ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ମୟୂରଭଞ୍ଜର ଶିମିଳିପାଳ ଟାଇଗର ରିଜର୍ଭ ନିକଟରେ ଓଡ଼ିଶା ଏକ ସ୍ବତନ୍ତ୍ର ମେଲାନିଷ୍ଟିକ୍‌ ଟାଇଗର ସଫାରୀ ସ୍ଥାପନ କରିବାକୁ ଯାଉଛି ବୋଲି ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟକମାନେ ଳ ବର୍ତ୍ତମାନ କେବଳ ଓଡ଼ିଶାରେ ମିଳୁଥିବା ବିରଳ ପ୍ରଜାତିର କଳାବାଘର ଝଲକ ପାଇପାରିବେ।

ଓଡ଼ିଶା ଜଙ୍ଗଲରେ ବିରଳ କଳାବାଘ ଅଛନ୍ତି ବୋଲି ଗତବର୍ଷ ନଭେମ୍ବରରେ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବାଘ ଗଣନା ସମୟରେ କ୍ୟାମେରା ଟ୍ରାପ୍‌ରେ କଳା ରଙ୍ଗର ଏକ କଲରାପତରିଆ ବାଘ ଦେଖିବାକୁ ମିଳିଛି । କିନ୍ତୁ ସେ କେଉଁ ଜଙ୍ଗଲ ଓ କେଉଁ ଜିଲ୍ଲାରେ ଏଭଳି ବିରଳ ପ୍ରଜାତିର ବାଘ ଦେଖିବାକୁ ମିଳିଛି ସେନେଇ ପିସିସିଏଫ୍‌ କୌଣସି ସ୍ପଷ୍ଟ କରି ନଥିଲେ । ଡିସେମ୍ବର ୨୨ ତାରିଖ ଦିନ ଇଣ୍ଡିଆ ଫରେଷ୍ଟ୍‌ ସର୍ଭିସ୍‌ ଅଫିସର୍ ପ୍ରବୀଣ କସ୍ବାଂ ‘ଏକ୍ସ୍‌’ରେ ଶିମିଳିପାଳରେ ଉଠାଯାଇଥିବା କେତେକ କଳାରଙ୍ଗର ଦୁର୍ଲଭ ବାଘ ଏକ୍ସରେ ସେୟାର୍‌ କରିଥିଲେ ।

Comments are closed.