ଯୁବ ବିଜେଡି ତରଫରୁ ସ୍ବଚ୍ଛତା ଅଭିଯାନ

ସମ୍ବଲପୁର: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଏକ ମାସ ଧରି ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ସଫେଇ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଲୋକଙ୍କ ମଧ୍ୟରେ ସ୍ବଚ୍ଛତାର ବାର୍ତ୍ତା ଦେବାପାଇଁ ତଥା ବିଭିନ୍ନ ସାମାଜିକ କାର୍ଯ୍ୟ କରିବା ପାଇଁ ବିଜୁ ଯୁବ ଜନତା ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ଏହି କ୍ରମରେ ଆଜି ସମ୍ବଲପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ଧନକଉଡ଼ା ବ୍ଲକ ଅନ୍ତର୍ଗତ କଳାମାଟି ପଞ୍ଚାୟତର ଗୋଷ୍ଠୀ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବ୍ଲକ ଯୁବ ସଭାପତି ବାଞ୍ଛାନିଧି ମିଶ୍ର(ବୁଲୁ)ଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ବେଳେ ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜିକା ତଥା ରାଜ୍ୟ ମହିଳା ଉପସଭାନେତ୍ରୀ କବିତା ପୁରୋହିତ, ଜିଲ୍ଲା ସାଧାରଣ ସମ୍ପାଦକ କାହ୍ନୁ ମିଶ୍ର, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ବ୍ଲକ ଡିଜିଟାଲ ସେକ୍ରେଟାରୀ ସୁଦର୍ଶନ ହରିପାଲ, ବ୍ଲକ ଆଇ.ଟି ସଂଯୋଜକ ଲଳିତ ଅଗ୍ରୱାଲ, ସମାଜସେବୀ ପ୍ରକାଶ ପ୍ରଧାନ, ସ୍ବେଚ୍ଛାସେବୀ ପବି ସ୍ବାଇଁ, ବ୍ଲକ ସାଧାରଣ ସମ୍ପାଦକ ସହଦେବ ଓରାମ, ଅନ୍ୟ ବ୍ଲକ ସାଧାରଣ ସମ୍ପାଦକ ବଳରାମ ପ୍ରଧାନ, ଅନ୍ୟ ବ୍ଲକ ସାଧାରଣ ସମ୍ପାଦକ ପରେଶ ପ୍ରଧାନ, ଅନ୍ୟ ବ୍ଲକ ସାଧାରଣ ସମ୍ପାଦକ ଅନନ୍ତ ଚରଣ ଭୂସାଗର, ବ୍ଲକ ସମ୍ପାଦକ ପୂର୍ଣ୍ଣ ପଣ୍ଡା, କଳାମାଟି ପଞ୍ଚାୟତ ସଭାପତି ଦେବାଶିଷ ଦାଶ, କଳାମାଟିଆ ପଞ୍ଚାୟତ ଆଇ.ଟି ସଂଯୋଜକ ଅନନ୍ତ ଭଞ୍ଜନ ଭୂସାଗର, କୁଦ ଗୁଣ୍ଡେରପୁର ପଞ୍ଚାୟତ ସଭାପତି ମୃତ୍ୟୁଞ୍ଜୟ ପୁରୋହିତଙ୍କ ସହିତ ଶତାଧିକ ଗ୍ରାମବାସୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା ।

Comments are closed.